ସରକାରଙ୍କ ‘ଧରତୀ ମାତା ବଞ୍ଚାଓ’ ଅଭିଯାନ, ରାସାୟନିକ ସାର ଛାଡ଼ି ଜୈବିକ ଚାଷକୁ ମିଳିବ ପ୍ରୋତ୍ସାହନ

ସରକାରଙ୍କ-‘ଧରତୀ-ମାତା-ବଞ୍ଚାଓ’-ଅଭିଯାନ,-ରାସାୟନିକ-ସାର-ଛାଡ଼ି-ଜୈବିକ-ଚାଷକୁ-ମିଳିବ-ପ୍ରୋତ୍ସାହନ

ସରକାରଙ୍କ ‘ଧରତୀ ମାତା ବଞ୍ଚାଓ’ ଅଭିଯାନ, ରାସାୟନିକ ସାର ଛାଡ଼ି ଜୈବିକ ଚାଷକୁ ମିଳିବ ପ୍ରୋତ୍ସାହନ

Published By: Ruby – Prameya-News7 Bureau | October 22, 2025 03:40 PM

NEWS7

Dharti Mata Bachao

ଭୁବନେଶ୍ବର ୧୦: ରାସାୟନିକ ସାର ଛାଡ଼ି ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାକୁ ସରକାର ଆରମ୍ଭ କରିଛନ୍ତି ଧରତୀ ମାତା ବଞ୍ଚାଓଅଭିଯାନ । ରାସାୟନିକ ସାର ବଦଳରେ ବ୍ୟବହାର ହେବ ଜୈବିକ ସାର । ପଞ୍ଚାୟତ ସ୍ତରରେ ଗଠନ ହେବ କମିଟି ବିଲରେ ରାସାୟନିକ ସାର କମ୍ ପକେଇଲେ ଚାଷୀଙ୍କୁ ମିଳିବ ସହାୟତା ରାଶି

ଗତ କିଛି ବର୍ଷ ଧରି ଅନେକ ରାଜ୍ୟରେ ରାସାୟନିକ ସାର ୟୁରିଆ ଏବଂ ଡିଏପି ବ୍ୟବହାର ବଢ଼ୁଥିବାରୁ କେନ୍ଦ୍ର ସରକାର ହାତକୁ ନେଇଛନ୍ତି ବଡ଼ ପଦକ୍ଷେପ । ‘ଧରତୀ ମାତା ବଞ୍ଚା ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ କରିଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗାଇଡ଼ ଲାଇନ ପଠାଇଛି ବିଭାଗ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରରେ ହେବ ଧରତୀ ମାତା ବଞ୍ଚାନିଗରାନୀ ସମିତି ଯେଉଁଥିରେ ସରପଞ୍ଚଙ୍କ ସହ ଜଣ ସଦସ୍ୟ ରହିବେ ସପ୍ତାହକ ଭିତରେ ଗଠନ ହେବ ଏହି କମିଟି । ସେହିପରି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା କମିଟି ସହ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବି ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ।

Scroll to Top