‘ଯଦି ରାଜନୈତିକ ଷଡ଼ଯନ୍ତ୍ର ଥାଆନ୍ତା ତାହେଲେ ହତ୍ୟା ପରଦିନ ଗିରଫ କରାଯାଇଥାନ୍ତା, ସମୟ ଲାଗିଲା ତଥ୍ୟ ପାଇବାକୁ’

‘ଯଦି-ରାଜନୈତିକ-ଷଡ଼ଯନ୍ତ୍ର-ଥାଆନ୍ତା-ତାହେଲେ-ହତ୍ୟା-ପରଦିନ-ଗିରଫ-କରାଯାଇଥାନ୍ତା,-ସମୟ-ଲାଗିଲା-ତଥ୍ୟ-ପାଇବାକୁ’

‘ଯଦି ରାଜନୈତିକ ଷଡ଼ଯନ୍ତ୍ର ଥାଆନ୍ତା ତାହେଲେ ହତ୍ୟା ପରଦିନ ଗିରଫ କରାଯାଇଥାନ୍ତା, ସମୟ ଲାଗିଲା ତଥ୍ୟ ପାଇବାକୁ’

Published By: Ruby – Prameya-News7 Bureau | October 22, 2025 03:23 PM

NEWS7

BJP

ଭୁବନେଶ୍ବର ୧୦: ଏବେ ବିରୋଧୀ ଦଳରେ ଥାଇ ବି ଅପରାଧିଙ୍କୁ ଲୁଚାଇବାକୁ ବିଜେଡିର ଅଭିଯୋଗକୁ ଦୁର୍ଭାଗ୍ୟଜନକ କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ବିଜେଡି ସତ୍ୟର ଅପ୍ରଳାପ କରୁଛି ନିଜ ନେତାଙ୍କୁ ସୁରକ୍ଷା ଦେବାକୁ ଯାଇ ଅପରାଧକୁ ପ୍ରୋତ୍ସାହନ କରୁଛି ବିଜେଡିଅପରାଧୀ ନେତାଙ୍କୁ ସୁରକ୍ଷା ଦେବାକୁ ଯାଇ ଓଡ଼ିଶା ପ୍ରତି ଅନ୍ୟାୟ କରୁଛି ବିଜେଡିଡ଼ଯନ୍ତ୍ର କରିକି ହତ୍ୟା କରିବା ଓଡ଼ିଶାରେ ନଥିଲା ସୁପାରୀ ଦେଇକି ସାର୍ପ ସୁଟରଙ୍କୁ ବିହାରରୁ ଆଣି ମାରିବାକୁ ଷଡ଼ଯନ୍ତ୍ର ସେଥିରେ ରାଜନୈତିକ ଦଳର ନେତା, ପୂର୍ବତନ ବିଧାୟକ ଏବଂ ମେୟରଙ୍କ ସମ୍ପୃକ୍ତି ରହିଛି । ଓଡ଼ିଶାରେ ରାଜନୀତି ଅପରାଧିକରଣ ହେବାରେ ଲାଗିଲାଣିବ୍ରହ୍ମପୁର ପୋଲିସକୁ ଧନ୍ୟବାଦ ଦେବା କଥା ଯେପରି ତଦନ୍ତ କଲେ ସମସ୍ତ ଦଳ ଏବଂ କାର୍ଯ୍ୟକର୍ତ୍ତା ଅପରାଧ ଠାରୁ ଦୂରରେ ରହିବା କଥାକିନ୍ତୁ ହତ୍ୟା ଘଟଣାରେ ବିଜେଡିର ବଡ଼ ବଡ଼ ନେତାଙ୍କ ସମ୍ପୃକ୍ତି ଓଡ଼ିଶାକୁ ଦୋହଲାଇ ଦେଇଛି ବିଜେଡି ଯଦି କୌଣସି ଜିନିଷକୁ ସ୍ୱୀକାର ନକରିବେ ତାହେଲେ କଣ କୁହାଯିବପୋଲିସ ସାମ୍ବାଦିକ ସମ୍ମିଳନୀରେ ସବୁ ତଥ୍ୟ ଦେଲେ ତାପରେ ବି ଯଦି ବିଜେଡି କହୁଛି ଆମ ନେତାଙ୍କ ସମ୍ପୃକ୍ତି ନାହିଁ ତାହେଲେ ମୋତେ ଲାଗୁଛି ବିଜେଡି ସତ୍ୟର ଅପ୍ରଳାପ କରୁଛନ୍ତିନେତାଙ୍କୁ ସୁରକ୍ଷା ଦେବାକୁ ଯାଇ ଅପରାଧକୁ ପ୍ରୋତ୍ସାହନ କରୁଛନ୍ତି ଯଦି ବିଜେଡିକୁ ପ୍ରମାଣ ଦରକାର ପୋଲିସ ଏବଂ କୋର୍ଟକୁ ଯୋଗାଯୋଗ କରନ୍ତୁ ଅପରାଧୀଙ୍କୁ ଆଣିବା ଠାରୁ ଖସେଇବା ପର୍ଯ୍ୟନ୍ତ ପ୍ରମାଣ ପାଇବା ପରେ ଯଦି ବିଜେଡି କହିବ ରାଜନୈତିକ ଉଦ୍ଦେଶ୍ୟଏହା ଦୁର୍ଭାଗ୍ୟଜନକ କଥାଏବେ ବି ସମୟ ଅଛି ନିଜ ଦଳର ସ୍ୱାର୍ଥ ଅପେକ୍ଷା ଓଡ଼ିଶାର ସ୍ୱାର୍ଥ ଆଇନଶୃଙ୍ଖଳାକୁ ଦେଖନ୍ତୁଅପରାଧୀଙ୍କ ସପକ୍ଷରେ ବାହାରି ଓଡ଼ିଶା ପ୍ରତି ଅନ୍ୟାୟ କରୁଛି ବିଜେଡି ଯେଉଁ ସମୟରେ ସରକାରରେ ଥିଲେ ସେତେବେଳେ ମଧ୍ୟ ଏମିତି କରୁଥିଲେ କିନ୍ତୁ ଆଇନ ତା ବାଟରେ  ଯାଉନଥିଲା ଯଦି ରାଜନୈତିକ ଷଡ଼ଯନ୍ତ୍ର ଥାନ୍ତା ତାହେଲେ ହତ୍ୟା ପରଦିନ ଗିରଫ କରାଯାଇଥାନ୍ତା ସମୟ ଲାଗିଲା ତଥ୍ୟ ପାଇବାକୁ

ଉଲ୍ଲେଖଯୋଗ୍ୟ ଯେ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡ ନେଇ ବଡ଼ ଖୁଲାସା କରିଛନ୍ତି ଗଞ୍ଜାମ ଏସ୍‌ପି । ହତ୍ୟା ପୂର୍ବରୁ ପୁରା ଅଞ୍ଚଳର ରେକି କରିଥିଲେ ଅପରାଧୀ । ମର୍ଡର ପାଇଁ ପ୍ରଥମ ଥର କରିଥିବା ପ୍ଲାନରେ ହୋଇଥିଲେ ବିଫଳ । ହେଲେ ପରବର୍ତ୍ତୀ ପ୍ଲାନରେ ସଫଳ ହୋଇଥିଲେ । ଆଉ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁଇ ସାର୍ପ ସୁଟର । ପୁରା ହତ୍ୟାକାଣ୍ଡ ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା । ଆଉ ଅଗ୍ରୀମ ଭାବେ ୧୦ ଲକ୍ଷ ଟଙ୍କା ନେଇଥିଲେ ସାର୍ପ ସୁଟର

Scroll to Top