ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୩୬ଘଣ୍ଟା ଭିତରେ ଅବପାତରେ ପରିଣତ ହେବା ସମ୍ଭାବନା

ବଙ୍ଗୋପସାଗରରେ-ସୃଷ୍ଟି-ହେଲା-ଲଘୁଚାପ-କ୍ଷେତ୍ର,-୩୬ଘଣ୍ଟା-ଭିତରେ-ଅବପାତରେ-ପରିଣତ-ହେବା-ସମ୍ଭାବନା

ଭୁବନେଶ୍ବର ୨୧୧୦: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆସନ୍ତା ୩୬ ଘଣ୍ଟା ଭିତରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ମଙ୍ଗଳବାରଠୁ ବର୍ଷା ଆରମ୍ଭ ହୋଇପାରେ । ତେବେ ଏହା ପ୍ରଭାବ ଓଡ଼ିଶା ଉପରେ କେତେ ପରିମାଣରେ ପଡ଼ିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର   ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ବଳ ଗୋଟାଇବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୩୬ ଘଣ୍ଟାରେ ଅବପାତରେ ପରିଣତ ହେବ ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଓ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ଯାହା ଫଳରେ ରାଜ୍ୟରେ ଆଗାମୀ ୫-୭ ଦିନ ଯାଏ ବର୍ଷା ସମ୍ଭାବନା ରହିଛି ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ ବିଜୁଳି, ଘଡଘଡି ଓ ଝଟକା ପବନ ସମ୍ଭାବନା ଥିବା ବେଳେ ଏହି ସମୟରେ ଚାଷୀଙ୍କୁ ସାବଧାନତା ଅବଲମ୍ବନ ସହ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି

ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଓ ଉପକୂଳ ଓଡ଼ିଶାର ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି ଆସନ୍ତା ୨୨ ଓ ୨୩ ତାରିଖରେ ଉପକୂଳବର୍ତ୍ତୀ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷାହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ୨୪ ତାରିଖ ବେଳକୁ ବର୍ଷା ବଢ଼ିବା ସମ୍ଭାବନା ରହିଛି  

ସେପଟେ ରାଜ୍ୟରେ ବାତ୍ୟାର କୌଣସି ସୂଚନା ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇନାହିଁ  କୌଣସି ଭୟଭୀତ ହେବାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ  କେନ୍ଦ୍ର ନିର୍ଦ୍ଦେଶିକା କହିଥିଲେ ସେପଟେ ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ ମଧ୍ୟ ୨୩ ତାରିଖ ବେଳକୁ ବର୍ଷା ସମ୍ଭାବନା ରହିଥିବା କହିଥିଲେ ।

Scroll to Top