ନୂଆପଡ଼ା ଭୋଜି ଖାଇ ଗାଈ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦ, ନିସର୍ତ୍ତ କ୍ଷମା ମାଗନ୍ତୁ, ନହେଲେ କଂଗ୍ରେସ ଚୁପ ବସିବ ନାହିଁ
Published By: Kirti – Prameya-News7 Bureau | October 21, 2025 01:27 PM
NEWS7
ଭୁବନେଶ୍ୱର ୨୧।୧୦ : ନୂଆପଡା ଭୋଜି ଖାଇ ଗାଈ ମୃତ୍ୟୁ ଘଟଣା। ଘଟଣାକୁ ତୀବ୍ର ନିନ୍ଦା କରିଛି ରାଜ୍ୟ କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନିସର୍ତ୍ତ କ୍ଷମା ମାଗୁ । ଏହାସହିତ ମୃତ ଗାଈ ମାଲିକଙ୍କୁ ପ୍ରାଥମିକ ସ୍ତରରେ ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି କଂଗ୍ରେସ ।
ସେହିପରି ଗାଈ ମୃତ୍ୟୁ ଘଟଣା ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ଏହି ଘଟଣା ଏକ ବଡ଼ ଲଜ୍ୟା, ଅପମାନ ବୋଲି କହିଛି କଂଗ୍ରେସ। ବିଜେପି ଗାଈକୁ ହତ୍ୟା କରିଛି l ବିଜେପି ଗୋମତା କଥା କହୁଥାଇପାରେ, ହେଲେ ରକ୍ଷା କରିପାରେ ନାହିଁ l ଏବେ ଉପନିର୍ବାଚନ ମାହୋଲ, କୋଡ଼ ଅଫ କଣ୍ଡକ୍ଟ ଲାଗିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଚୁପ କାହଁକି l ଏଭଳି ଦୁଃଖଦ ଘଟଣା ପରେ ନା ମୁଖ୍ୟମନ୍ତ୍ରୀ ନା ନିର୍ବାଚନ କମିଶନ କିଛି ଆକ୍ସନ ନେଲେ ନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏହି ଘଟଣା ପାଇଁ କଂଗ୍ରେସ ବିଜେପି ନେତାଙ୍କୁ ଟାର୍ଗେଟ କରିଛି। ପ୍ରତାପ ଷଡ଼ଙ୍ଗୀ ସମେତ ବଜରଙ୍ଗ ଦଳ, ଏବିଭିପି ଭଳି ସଂଗଠନ କୁଆଡେ ଗଲେ ବୋଲି କଂଗ୍ରେସ କହିଛି। ଘଟଣାର ସତ୍ୟତା ସାର୍ବଜନୀନ ନହେଲେ କଂଗ୍ରେସ ଚୁପ୍ ବସିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି।




