ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା ପ୍ରସିଦ୍ଧ ଭାସ୍ୟକାର ନବଜୋତ ସିଂ ସିଦ୍ଧୁଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ପୋଷ୍ଟରେ କୁହାଯାଇଛି ଯେ, ଯଦି ଭାରତକୁ ୨୦୨୭ ବିଶ୍ଵକପ୍ ଜିତିବାର ଅଛି ତେବେ ବିସିସିଆଇକୁ ତୁରନ୍ତ ଗୌତମ ଗମ୍ଭୀର ଓ ଅଜିତ ଅଗରକରଙ୍କୁ ପଦରୁ ହଟାଇ ଦେବା ଉଚିତ୍। ଏହା ସହ ପୂରା ସମ୍ମାନର ସହ ରୋହିତ ଶର୍ମାଙ୍କୁ ପୁଣି ଥରେ ଅଧିନାୟକତ୍ଵ ଦେଇ ଦେବା ଉଚିତ୍। ତେବେ ପ୍ରଶ୍ନ ଉଠୁଛି କଣ ବାସ୍ତବରେ ନବଜୋତ ସିଂ ସିଦ୍ଧୁ ଏମିତି କହିଛନ୍ତି।
ଏହି ଭାଇରାଲ୍ ପୋଷ୍ଟକୁ ନେଇ ଏବେ ମୁହଁ ଖୋଲିଛନ୍ତି ସିଦ୍ଧୁ। ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ଲଜ୍ଜା ଲାଗିବା ଦରକାର। ମୁଁ ଏମିତି କେବେ ବି କହି ନାହିଁ। ମିଛ ଖବର ପ୍ରଚାର କରନ୍ତୁ ନାହିଁ। ଏହାର କଳ୍ପନା ବି କରାଯାଇ ନ ପାରେ। ସିଦ୍ଧୁଙ୍କ ଏହି ଟିପ୍ପଣୀ ପରେ ସ୍ପଷ୍ଟ ହୋଇଛି ଯେ, ଭାଇରାଲ୍ ପୋଷ୍ଟ ସଂପୂର୍ଣ୍ଣ ଭାବେ ଗୁଜବ ଓ ମିଥ୍ୟା। ଏଆଇ ସମୟରେ ଅନେକ ଥର ପୂର୍ବତନ କ୍ରିକେଟରଙ୍କ ନାଁରେ ଏମିତି ବିବାଦୀୟ ପୋଷ୍ଟ ଭାଇରାଲ୍ ହେଊଛି। ଆଉ ଏଥର ଏହା ସିଦ୍ଧଙ୍କ ସହ ହୋଇଛି।
Navjot Singh Sidhu reacted to the fake news 🙄#CricketTwitter #INDvsAUS #gautamgambhir pic.twitter.com/op03xzGPic
— Cricket Craze (@cricket12craze) October 20, 2025
କଣ କହିଲେ ସିଦ୍ଧୁ ?
Never said it , don’t spread fake news ,never imagined it. Shame on you https://t.co/qCZlwaUrwK
— Navjot Singh Sidhu (@sherryontopp) October 20, 2025
ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ୨୬ ବର୍ଷୀୟ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଦଳର ଅଧିନାୟକ କରାଯାଇଛି। ପୂର୍ବରୁ ଟେଷ୍ଟ ଦଳର ନେତୃତ୍ଵ ଦାୟିତ୍ଵ ଗିଲ୍ଙ୍କୁ ଦିଆଯାଇଥିଲା। ଇଂଲଣ୍ଡରେ ଟେଷ୍ଟ ଅଧିନାୟକ ଭାବେ ଗିଲ୍ଙ୍କ ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଥିଲା। ହେଲେ ଦିନିକିଆରେ ଅଧିନାୟକ ଭାବେ ନିଜର ପ୍ରଥମ ମ୍ୟାଚ୍ ଜିତି ପାରି ନାହାନ୍ତି ଗିଲ୍। ଏହା ପୂର୍ବରୁ ଦିନିକିଆ ଦଳର ନେତୃତ୍ଵ ରୋହିତ ଶର୍ମାଙ୍କ ହାତରେ ଥିଲା। ରୋହିତ ଚଳିତ ବର୍ଷ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ଜିତାଇଥିଲେ। ମାତ୍ର ତାଙ୍କର ବୟସକୁ ଦେଖି ଏବଂ ୨୦୨୭ ବିଶ୍ଵକପର ପ୍ରସ୍ତୁତି ପାଇଁ ଗିଲ୍ଙ୍କୁ ଅଧିନାୟକ କରାଯାଇଛି।




