ବିଜେଡିକୁ ବିଜେପିର କଟାକ୍ଷ, କିଏ ମାମୁଁ ଘର ଯାଇ ନିର୍ବାଚନ ଲଢେ ନାହିଁ.. ଏଥର ଆମ ଦଳ ଜିତିବ
Published By: Kirti – Prameya-News7 Bureau | October 20, 2025 12:05 PM
NEWS7
ଭୁବନେଶ୍ୱର ୨୦।୧୦ : ନୂଆପଡ଼ାରେ ଲୋକଙ୍କର ବିଜେପି ଉପରେ ଭରଷା ବଢିଛି। ଏଥର ନୂଆପଡ଼ାରେ ବିଜେପି ଜିତିକି ଯିବ। ସମସ୍ତଙ୍କର ଏନେଇ ବିଶ୍ୱାସ ହୋଇ ସାରିଛି। ମୁଖ୍ୟମନ୍ତ୍ରୀ ଏବେ ଏଗାର ଶହ କୋଟି ଟଙ୍କା ନୂଆପଡ଼ାକୁ ଭେଟି ଦେଇଛନ୍ତି। ପୂର୍ବରୁ ଏତେ ଟଙ୍କା କେବେ ମିଳିନଥିଲା। ନୂଆପଡ଼ାକୁ ବିକାଶ ଧାରା ଆଗକୁ କେବଳ ବିଜେପି ସରକାର ଆଗକୁ ନେଇ ଯାଇପାରିବ। ନବୀନ ପଟ୍ଟନାୟକ ପ୍ରଚାର ଆସିଲେ ମଧ୍ୟ ଏଠି କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେପି ନେତା ଅଭିନନ୍ଦନ ପଣ୍ଡା ।
ସେହିପରି ନୂଆପଡ଼ା ମୋ ମାମୁଁ ଘର କହି ଭୋଟ ମାଗିବାକୁ ନେଇ କଟାକ୍ଷ କରି କହିଛନ୍ତି ଯେ, କେଉଁଟି କାହା ମାମୁଁ ଘର, କେଉଠି କାହା କାକା ଘର ଆମେ ଜାଣି ନାହୁଁ। ଆମେ କେମିତି ଜାଣିବୁ ତାଙ୍କ ମାମୁ ଘର କେଉଁଠି। ଆଗରୁ ତ କେବେ କହିନଥିଲେ। ଏବେ ନିର୍ବାଚନ ଆସିବାରୁ କହିଦେବେ ଏଠି ମୋର ମାମୁଁ ଘର ବୋଲି କହୁଛନ୍ତି। କେହି ମାମୁଁ ଘର କିମ୍ବା କାକା ଘର ଯାଇ ନିର୍ବାଚନ ଲଢେଇ କରେ ନାହିଁ। ଯିଏ ବି ଲଢ଼େ ସେ ବିକାଶ ପାଇଁ ଲଢେଇ କରେ।




