ବେଆଇନ ବାଣ ଗୋଦାମରେ ରେଡ୍, ୪ ଲକ୍ଷ ଟଙ୍କାର ବାଣ ନଷ୍ଟ କଲା ପୋଲିସ
Published By: Kirti – Prameya-News7 Bureau | October 20, 2025 10:55 AM
NEWS7
ଭୁବନେଶ୍ୱର ୨୦।୧୦ : ବେଆଇନ୍ ବାଣ ଗୋଦାମରେ ଚଢାଉ । ଭୁବନେଶ୍ୱରରେ ଥିବା ବେଆଇନ ବାଣ ଗୋଦାମରେ କମିଶନରେଟ ପୋଲିସ ପକ୍ଷରୁ ଚାଲିଛି ଚଢାଉ । ବିନା ଲାଇସେନ୍ସରେ ଘରେ ବାଣ ରଖିଥିବା ଅଭିଯୋଗରେ ଚଢାଉ କରିଛି ପୋଲିସ । ଏହି ଚଢାଉରେ ପୋଲିସ ବିପୁଳ ପରିମାଣର ବାଣ ଜବତ ମଧ୍ୟ କରିଛି ।
ଖବର ଅନୁଯାୟୀ, ବିନା ଲାଇସେନ୍ସରେ ଘରେ ବାଣ ରଖି ବିକ୍ରି କରୁଥିଲେ । ଯାହା ସଂପର୍କରେ ଖବର ପାଇ ଚଢାଉ କରିଥିଲେ ପୋଲିସ । ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ବାଣ ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଯାହାକୁ ନଷ୍ଟ କରିଛି ପୋଲିସ । ସେହିପରି ବାଣ ବ୍ୟବସାୟୀଙ୍କ ନାଁରେ ବଡ଼ଗଡ଼ ଥାନାରେ ମାମଲା ରୁଜୁ କରାଯାଇଛି ।




