ଦୀପାବଳି ପାଇଁ CRUTର ନିଷ୍ପତ୍ତି, ଦିନ ୩ଟା ପରେ ରାଜଧାନୀରେ ଗଡ଼ିବନି ‘ଆମ ବସ୍‌’

ଦୀପାବଳି-ପାଇଁ-crutର-ନିଷ୍ପତ୍ତି,-ଦିନ-୩ଟା-ପରେ-ରାଜଧାନୀରେ-ଗଡ଼ିବନି-‘ଆମ-ବସ୍‌’

Published By: Kirti – Prameya-News7 Bureau | October 20, 2025 08:31 AM

NEWS7

bus

ଭୁବନେଶ୍ୱର ୨୦।୧୦ : ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଭୁବନେଶ୍ୱରରେ ଯଦି ଆପଣ ରହୁଥାନ୍ତି ଏବଂ ପ୍ରତିଦିନ ଆମ ବସ୍‌ରେ ଯିବାଆସିବା କରୁଛନ୍ତି । ତେବେ ଧ୍ୟାନ ଦେବାକୁ ପଡିବ । ସୋମବାର ଅପରାହ୍ନ ୩ ଟା ପରେ ବନ୍ଦ ରହିବ ଆମ ବସ୍‌ର ସେବା।

ଦୀପାବଳି ପାଇଁ ଆମ ବସ୍ ଚଳାଚଳ ବନ୍ଦ କରାଯାଇଛି। କୌଣସି ରୁଟ୍‌ରେ ବି ଆମ ବସ୍ ଚାଲିବ ନାହିଁ। ଏନେଇ କ୍ରୁଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାସହିତ ଯାତ୍ରୀମାନଙ୍କ ସୁବିଧା-ଅସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ। ଏହି ହେଲ୍ପଲାଇନ୍ ନମ୍ଵରରେ ଯୋଗାଯୋଗ କରି ଯାତ୍ରୀମାନେ ତଥ୍ୟ ନେଇପାରିବେ। ୨୧ ତାରିଖ ଠାରୁ ପୂର୍ବ ପରି ଆମ ବସ୍ ସେବା ସ୍ଵାଭାବିକ ରହିବ। ତେବେ ଅଟୋ ସେବା ଜାରି ରହିବ। ଆମ ବସ୍‌ରେ ଯିବା ଆସିବା କରୁଥିବା ଯାତ୍ରୀ ଅଟୋରେ ଯାତ୍ରା କରିପାରିବେ।

Scroll to Top