S

s

ବେଙ୍ଗାଲୁରୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସିନିୟର ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଜୁନିୟର ଛାତ୍ର। କଲେଜ ଟଏଲେଟ୍ ଭିତରେ କୁକର୍ମ କଲା। ପୀଡ଼ିତାଙ୍କୁ ଫୋନ କରି ବଟିକା ଯାଚିଲା ।

author-image

Bengaluru-Rape-Case

Bengaluru-Rape-Case Photograph: (OTV)

ସିନିୟର ଛାତ୍ରୀଙ୍କୁ ଜୁନିୟର ଛାତ୍ରଙ୍କ ଦୁଷ୍କର୍ମକଲେଜ ଟଏଲେଟ୍ ଭିତରେ କୁକର୍ମ କଲା। ପୀଡ଼ିତାଙ୍କୁ ଫୋନ କରି ବଟିକା ଯାଚିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଦକ୍ଷିଣ ବେଙ୍ଗାଲୁରୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ। ଜଣେ ସିନିୟର ଛାତ୍ରୀଙ୍କୁ ପୁରୁଷ ଟଏଲେଟ ଭିତରେ ଜୁନିୟର ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଉ ଘଟଣାରେ ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯାଇଛି। ପୁଲିସ କହିଛି ଯେ ଜୀବନ ଗୌଡା ନାମକ ଏହି ଅବିଯୁକ୍ତ କଲେଜରେ ଷଷ୍ଠ ସେମିଷ୍ଟର ଛାତ୍ର। 
ପିଡିତା କରିଥିବା ଅଭିଯୋଗ ମୁତାବକ, ଜୀବନ ଓ ସିଏ ପରସ୍ପରକୁ ପ୍ରାୟ ୩ ମାସ ହେଲା ଜାଣିଥିଲେ।ଉ ଭୟ ସମାନ ସେମିଷ୍ଟରର ଶିକ୍ଷାର୍ଥୀ ଥିଲେ। କିନ୍ତୁ ଜୀବନ ଫେଲ ହୋଇଯିବାରୁ ସେ ପୀଡ଼ିତାଙ୍କ ଜୁନିୟର ହୋଇଯାଇଥିଲା। ତଥାପି ସେମାନଙ୍କ ମଧ୍ୟରେ ଯୋଗାଯୋଗ ରହିଥିଲା। ଘଟଣା ଦିନ ମଧ୍ୟାହ୍ନ ଭୋଜନର ବିରତି ସମୟରେ, ଜୀବନ ତାଙ୍କୁ ଅନେକ ଥର ଫୋନ କରି କଲେଜର ସପ୍ତମ ମହଲାକୁ ଡାକିଥିଲେ। ପୀଡ଼ିତା ସେଠାରେ ପହଞ୍ଚିବାରୁ, ଜୀବନ ତାଙ୍କୁ ଜୋରଜବରଦସ୍ତ ଚୁମ୍ବନ କରିବାକୁ ଚେଷ୍ଟା କରିଥିଲା। ଜୀବନ ଠାରୁ ପିଛା ଛଡ଼େଇ ପୀଡ଼ିତା କଲେଜର ଷଷ୍ଠ ମହଲାକୁ ପହଞ୍ଚିଥିଲେ। ହେଲେ ହଠାତ ଜୀବନ ତାଙ୍କୁ ସେଠାରେ ଥିବା ପୁରୁଷ ଶୌଚାଳୟକୁ ଟାଣି ନେଇଥିଲା। ଆଉ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ତେବେ କିଛି ସମୟ ପରେ ପୀଡ଼ିତାଙ୍କୁ ଫୋନ୍ କରି ବଟିକା ଯାଚିଥିଲା ଜୀବନ ।
ଘଟଣା ପରେ, ପୀଡିତା ତାଙ୍କର ଦୁଇ ସାଙ୍ଗକୁ ଏ ବିଷୟରେ କହିଥିଲେ। ପରେ ଘଟଣାର ୫ଦିନ ପରେ ପୁଲିସ ନିକଟରେ ଅଭିଯୋଗ ଦାୟର କରିଥିଲେ। ଏଫଆଇଆର ଅନୁଯାୟୀ, ଭାରତୀୟ ନ୍ୟାୟ ସଂହିତାର ଧାରେ ୬୪ ଅନୁଯାୟୀ ଜୀବନ ବିରୋଧରେ ମାମଲା ହୋଇଥିଲା। ତାଙ୍କୁ ବୁଧବାର ଦିନ ହେପାଜତରେ ନିଆଯାଇଥିଲା। ପରେ ନ୍ୟାୟିକ ହେପାଜତକୁ ପଠାଯାଇଛି। ତେବେ ପୋଲିସ ମୁତାବକ, ଯେଉଁ ମହଲାରେ ଘଟଣା ଘଟିଥିଲା, ସେଠାରେ କୌଣସି ସିସିଟିଭି କ୍ୟାମେରା ନଥିଲା, ତେଣୁ ଘଟଣାର ପ୍ରମାଣ ସଂଗ୍ରହ କରିବାକୁ କଷ୍ଟକର ହୋଇପାରେ। ତଥାପି, ଫୋରେନସିକ ଏବଂ ଡିଜିଟାଲ ପ୍ରମାଣର ଆଧାରରେ ତଦନ୍ତ ଚାଲିଛି।

ଅଧିକ ଦେଖନ୍ତୁ:

Scroll to Top