ବାହାରେ ଲୁଗା ଗୋଦାମ, ଭିତରେ ସେକ୍ସ ରାକେଟ୍ । ରାଜ୍ୟ ବାହାରୁ ଝିଅମାନଙ୍କୁ ଚାକିରିର ଲୋଭ ଦେଖାଇ ଆଣିଥିଲେ, ଆଉ ଏଠି ଲଗାଉଥିଲେ ଦେହ ବେପାରରେ । ରାତିଦିନ ଜମୁଥିଲା ଆସର… ଚାଲୁଥିଲା ଦେହ ବ୍ୟବସାୟ ।
/odishatv-khabar/media/media_files/2025/10/19/bbsr-sex-racket-2025-10-19-16-01-17.jpg)
BBSR-SEX-RACKET Photograph: (OTV)
ବାହାରେ ଲୁଗା ଗୋଦାମ, ଭିତରେ ସେକ୍ସ ରାକେଟ୍ । ରାଜ୍ୟ ବାହାରୁ ଝିଅମାନଙ୍କୁ ଚାକିରିର ଲୋଭ ଦେଖାଇ ଆଣିଥିଲେ, ଆଉ ଏଠି ଲଗାଉଥିଲେ ଦେହ ବେପାରରେ । ରାତିଦିନ ଜମୁଥିଲା ଆସର… ଚାଲୁଥିଲା ଦେହ ବ୍ୟବସାୟ । ପଡୋଶୀମାନେ ସବୁ ଦେଖୁଥିଲ, ସବୁ ଜାଣୁଥିଲେ, କିନ୍ତୁ ପାଟି ଖୋଲିବାକୁ ଲାଗୁଥିଲା ଭୟ…
ପ୍ରଥମେ ସାମ୍ନାକୁ ଆସିଥିଲା ରାଜଧାନୀରେ ନାବାଳିକା ଦୁଷ୍କର୍ମ ଘଟଣା । ଆଉ ପୋଲିସ ଏହି ଘଟଣାର ଖୋଳତାଡ କରୁ କରୁ ଧରାପଡିଥିଲା ବଡ ସେକ୍ସ ରାକେଟ । ଲକ୍ଷ୍ମୀ ସାଗର ଅଞ୍ଚଳରେ ଭଡା ଘରେ ଚାଲିଥିଲା ଏହି ଦେହ ବେପାର । ଆଉ ଏହି ରାକେଟର କିଙ୍ଗପିନ୍ ଥିଲା ମଞ୍ଜୁ ସେଠୀ । ଘଟଣାରେ ପୋଲିସ ଘଟଣା କିଙ୍ଗପିନ୍ ଓ ଘର ମାଲିକ ସମେତ ୪ ଜଣଙ୍କୁ ଗିରଫ କରିଛି ।
ସିସିଟିଭି ଫୁଟେଜରୁ କିଙ୍ଗପିନ୍ ମଞ୍ଜୁ ସେଠୀ ପାଖରେ ପହଞ୍ଚିଥିଲା ପୋଲିସ । ୧୬ ତାରିଖ ଦିନ ମଞ୍ଜୁ ଏକ ଅଟୋରେ ନାବାଳିକାଙ୍କୁ ନେଇ ଯାଇଥିଲା କ୍ୟାପିଟାଲ ହସ୍ପିଟାଲ । ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାବେଳେ ହସ୍ପିଟାଲରୁ ଛୁ ମାରିଥିଲା ମଞ୍ଜୁ । ତେବେ କେମିତି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଦୁଷ୍କର୍ମ ଘଟଣାରୁ ସେକ୍ସ ରାକେଟର ପର୍ଦ୍ଦାଫାସ୍ ହେଲା, ତାହା ଜଣାଇଛନ୍ତି ପୋଲିସ କମିଶନର
ରାଜଧାନୀରେ ଏପରି ବଡ ଧରଣର ସେକ୍ସ ରାକେଟରୁ ଚାରିଆଡେ ସୃଷ୍ଟି ହୋଇଛି ହଇଚଇ । ସେପଟେ ଗୁରୁତର ପୀଡିତାଙ୍କ ଏବେ ବି ଆଇସିୟୁରେ ଚିକିତ୍ସା ଚାଲିଛି ।




