ସୁଭଦ୍ରାକୁ ନେଇ ବଡ଼ ଖବର । ଯୋଜନାରୁ ବାଦ ପଡ଼ିବେ ଛାତ୍ରୀ ! ବିଭାଗ ନେଲା ପଦକ୍ଷେପ, ମାଗିଲା ରିପୋର୍ଟ । ଏଣିକି ସରକାରଙ୍କ ଦ୍ବାରା ବୃତ୍ତି ପାଉଥିବା ଛାତ୍ରୀଙ୍କ ପାଇଁ କଟକଣା ଜାରି କରାଯାଇଛି ।
/odishatv-khabar/media/media_files/2025/10/19/subhadra-2025-10-19-18-30-19.jpg)
subhadra Photograph: (OTV)
ସୁଭଦ୍ରାକୁ ନେଇ ବଡ଼ ଖବର । ଯୋଜନାରୁ ବାଦ ପଡ଼ିବେ ଛାତ୍ରୀ ! ବିଭାଗ ନେଲା ପଦକ୍ଷେପ, ମାଗିଲା ରିପୋର୍ଟ । ଏଣିକି ସରକାରଙ୍କ ଦ୍ବାରା ବୃତ୍ତି ପାଉଥିବା ଛାତ୍ରୀଙ୍କ ପାଇଁ କଟକଣା ଜାରି କରାଯାଇଛି । ଯେଉଁ ଛାତ୍ରୀ ୧୮ ହଜାର ଟଙ୍କା ବୃତ୍ତି ପାଉଥିବେ ସେମାନେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ବିବେଚିତ ହେବେ । କୌଣସି ଛାତ୍ରୀ ୧୮ ହଜାର ବା ତାଠାରୁ ଅଧିକ ଟଙ୍କାର ବୃତ୍ତି କେନ୍ଦ୍ର ଅବା ରାଜ୍ୟ ସରକାରଙ୍କଠୁ ସହାୟତା ପାଉଥିଲେ ସେମାନଙ୍କୁ ସୁଭଦ୍ରା ସହାୟତା ମିଳିବନାହିଁ ବୋଲି କୁହାଯାଇଛି ।
ଏନେଇ ଦୁଇ ବିଭାଗକୁ ରିପୋର୍ଟ ମାଗିଛି ମହିଳା ଓ ଶିଶୁ ବିଭାଗ । ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ସୁଭଦ୍ରା ନିୟମାବଳୀ ଅନୁସାରେ ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ ସେକ୍ଷେତ୍ରରେ ସଂପୃକ୍ତ ମହିଳା ସୁଭଦ୍ରା ପାଇଁ ଅଯୋଗ୍ୟ ଘୋଷିତ ହେବେ ।
ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତା’ର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଚିଠି ଲେଖିଛି ବିଭାଗ ।




