ରହସ୍ୟ ଏବଂ ରୋମାଞ୍ଚକର କାହାଣୀକୁ ନେଇ ତିଆରି ହୋଇଛି ରିତୁଖା । ସୁରଜ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏବଂ ସୋମିଓ ଆରଙ୍କ ଦ୍ୱାରା ଲିଖିତ ରିତୁଖା ଓଡ଼ିଶାର କାଳଜୟୀ ଲୋକକଥା ସହ ଆଧୁନିକ କାହାଣୀକୁ ନେଇ ନିର୍ମିତ ହୋଇଛି
/odishatv-khabar/media/media_files/2025/10/19/odia-film-ritukha-2025-10-19-15-46-26.jpg)
ODIA-FILM-RituKha Photograph: (OTV)
ସହରର ଜଣେ ଫ୍ରିଲାନ୍ସ ଫଟୋଗ୍ରାଫର ଅମିତ, ଜଗତସିଂପୁର ନିକଟସ୍ଥ ନିର୍ଜନ ଗ୍ରାମ ରମ୍ଭାଦେଇପୁରକୁ ଯାଆନ୍ତି ସେଠାକାର ପ୍ରାଚୀନ ମନ୍ଦିର ଏବଂ ଏହାର ଆଖପାଖର ଲୋକକଥାକୁ ଡକ୍ୟୁମେଣ୍ଟେସନ୍ କରିବା ପାଇଁ। କିନ୍ତୁ ଯେ ଯେତେବେଳ ଗାଁକୁ ଯାଆନ୍ତି ସେ ଅନୁଭବ କରନ୍ତି ଗାଁରେ କିଛି ଅଦ୍ଭୁତ ଶକ୍ତି ରହିଛି ।
ସମାନ ଘଟଣା, ଲୋକ ଏବଂ ଦିନଗୁଡ଼ିକ ପୁନରାବୃତ୍ତି ହୁଏ,ସବୁ ଜିନିଷ ରହସ୍ୟମୟ ଭଳି ଲାଗେ । ଏପଟେ ଗାଁ ଲୋକମାନେ ରିତୁଖାଙ୍କ ବିଷୟରେ ଫୁସ୍ଫୁସ୍ ଶବ୍ଦରେ କଥା ହୁଅନ୍ତି, ଜଣେ ପୂଜ୍ୟ ମନ୍ଦିରର ପୂଜାରୀ ଏବଂ ଦେବୀଙ୍କ ରକ୍ଷକ ଥିଲେ, ବର୍ତ୍ତମାନ କିନ୍ତୁ ସେ ପୁରା ରାଗରେ ଅଛନ୍ତି । ଅମିତ ଏହା ପର ଠାରୁ ରିତୁଖା, ହଜିଯାଇଥିବା ପ୍ରେମ ଏବଂ ବିଶ୍ୱାସଘାତର ଖଣ୍ଡଗୁଡ଼ିକୁ ଖୋଜନ୍ତି । ସେ ଜାଣିବାକୁ ପାଆନ୍ତି ସମୟର ଚକ୍ର ରିତୁଖାଙ୍କ ସହିତ ଆରମ୍ଭ ହୋଇଥିଲା ଯାହା କେବେ ସମାପ୍ତ ହୋଇନଥିଲା। ଏଭିଳି କିଛି ରହସ୍ୟ ଏବଂ ରୋମାଞ୍ଚକର କାହାଣୀକୁ ନେଇ ତିଆରି ହୋଇଛି ରିତୁଖା । ସୁରଜ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏବଂ ସୋମିଓ ଆରଙ୍କ ଦ୍ୱାରା ଲିଖିତ, ରିତୁଖା – ଓଡ଼ିଶାର କାଳଜୟୀ ଲୋକକଥା ସହ ଆଧୁନିକ କାହାଣୀକୁ ନେଇ ନିର୍ମିତ ହୋଇଛି
ଏହି ସୁପରନାଚୁରାଲ ମିଷ୍ଟ୍ରି କାହାଣୀରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜଗନ୍ନାଥ ସେଠ୍, ସାର୍ଥକ ଭରଦ୍ବାଜ ଏବଂ ବିଶ୍ବରୂପା ରାଉତ ।




