Published By: Ruby – Prameya-News7 Bureau | October 19, 2025 10:54 AM
NEWS7
କୋରାପୁଟ ୧୯।୧୦: ରେଲୱେ ଟ୍ରାକ୍ ଉପରେ ପଡ଼ିଲା ପଥର । କୋରାପୁଟରେ ମାଲବାହୀ ଟ୍ରେନ୍ ଯାଉଥିବା ସମୟରେ ଘଟିଛି ଅଘଟଣ । ରେଳ ଧାରଣାରେ ଟ୍ରେନ୍ ଚଳାଚଳ ବନ୍ଦ । କିରୁଣ୍ଡଲ-କୋତାବାଲସା ରେଳ ପଥର ତୟଡା ଓ ଚିରୁପାଲି ମଝିରେ ଏଭଳି ଅଘଟଣ ଘଟିଛି । କିରଣ୍ଡଲ-ବିଶାଖାପାଟଣା ଟ୍ରେନ୍ ବାତିଲ ହୋଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଥିବାବେଳେ ଉଦ୍ୟମ ଜାରି ରହିଛି । ଅପରାହ୍ନ ସୁଦ୍ଧା ରେଳ ଚଳାଚଳ ସ୍ଵାଭାବିକ ହେବା ନେଇ କରାଯାଉଛି ଆକଳନ ।




