ନୂଆଦିଲ୍ଲୀ – ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ସମୟରେ ସେ କଳା ରଙ୍ଗର ମିଲିଟାରୀ ଷ୍ଟାଇଲ୍ର ସୁଟ୍ ପିନ୍ଧି ଥିଲେ। ଯାହାକୁ ଦେଖି ଟ୍ରମ୍ପ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ହ୍ୱାଇଟ୍ ହାଉସ୍ରେ ହୋଇଥିବା ଏହି ବୈଠକ ବେଳେ ଟ୍ରମ୍ପ କହିଥିଲେ , ମୋର ଅନୁଭବ ହେଉଛି ଯେ, ସେ ତାଙ୍କର ଜ୍ୟାକେଟ୍ରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ଏହା ବାସ୍ତବରେ ଖୁବ୍ ଷ୍ଟାଇଲିଶ୍। ମୋତେ ଏହା ପସନ୍ଦ। ଟ୍ରମ୍ପଙ୍କର ଏହି ଟିପ୍ପଣୀ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହା ଦ୍ୱିତୀୟ ଥର ଯେବେ ଜେଲେନସ୍କିଙ୍କ ପୋଷାକ ଟ୍ରମ୍ପଙ୍କ ଧ୍ୟାନ ଆକର୍ଷିତ କରିଛି , ଏହା ପୂର୍ବରୁ ଅଗଷ୍ଟରେ ମଧ୍ୟ ସେ ୟୁକ୍ରେନୀ ନେତାଙ୍କ ସୁଟ୍ର ମଧ୍ୟ ପ୍ରଶଂସା କରିଥିଲେ।
ଫେବ୍ରୁଆରୀରେ ୱାଶିଂଟନ ଗସ୍ତ ବେଳେ ଜଣେ ସାମ୍ୱାଦିକ ଜେଲେନସ୍କିଙ୍କ ମିଲିଟାରୀ ଷ୍ଟାଇଲ୍ର ସବୁଜ ଟି-ସାର୍ଟ ଓ ପ୍ୟାଣ୍ଟ ପିନ୍ଧିବା ଉପରେ ପ୍ରଶ୍ନ ଉଠାଇ ଥିଲେ,ଯାହା ପରେ ସେ ଅଗଷ୍ଟରେ ହ୍ୱାଇଟ୍ ହାଉସ୍ରେ ସୁଟ୍ ପିନ୍ଧି ସମସ୍ତଙ୍କ ଚମକାଇ ଦେଇଥିଲେ। ଏହି ଥର ମଧ୍ୟ ସେ ସେହି ସୁଟ୍ ବାଛିଥିଲେ ଏବଂ ଯେବେ ଜଣେ ସାମ୍ୱାଦିକ ତାଙ୍କୁ ପୋଷାକ ବିଷୟରେ ପଚାରିବାରୁ , ଜେଲେନସ୍କି ହାଲକା ଅନ୍ଦାଜରେ ଜବାବ ଦେଇଥିଲେ। କହିଥିଲେ ,ସେହି ସୁଟ୍ କାରଣ ସେହି ଏକା ରାଷ୍ଟ୍ରପତି। ଏହା ବହୁତ ସିମ୍ପଲ। ଆଗାମୀ ରାଷ୍ଟ୍ରପତି ପାଇଁ ଦ୍ୱିତୀୟ ସୁଟ୍ ହେବ। ତାଙ୍କର ଏହି ମଜାଳିଆ ଟିପ୍ପଣୀ ମିଟିଂରେ ଥିବା ଲୋକଙ୍କ ମୁହଁରେ ହସ ଭରି ଦେଇ ଥିଲା।
ଟ୍ରମ୍ପଙ୍କ ବୈଠକ ପରେ ୟୁକ୍ରେନ ଓ ରୁଷ୍କୁ ବନ୍ଦ କରିବାକୁ ଆହ୍ୱାନ କରି କହିଛନ୍ତି ଯେ, ଯେଉଁଠି ଅଛ , ସେଇଠି ରହିଯାଅ। ଟ୍ରମ୍ପ ରାଷ୍ଟ୍ରପତି ପଦର କାର୍ଯ୍ୟଭାର ସମ୍ଭାଳିବା ପର ଠାରୁ ଏହି ଯୁଦ୍ଧ ବନ୍ଦ ନହେବାକୁ ନେଇ ଅନେକ ଥର ନିରାଶ ପ୍ରକାଶ କରିଛନ୍ତି , କିନ୍ତୁ ତାଙ୍କର ସଦ୍ୟତମ ମନ୍ତବ୍ୟ ୟୁକ୍ରେନ ପାଇଁ ଏକ ବାର୍ତ୍ତା ପରିମନେ ହୋଇଛି ଯେ, ସେ ରୁଷ୍ର ହାତରେ ହରାଇ ଥିବା ଭୂମିକୁ ଫେରେଇବାର ପ୍ରୟାସ ଛାଡ଼ି ଦିଅନ୍ତୁ। ଟ୍ରମ୍ପ ଜେଲେନସ୍କି ଓ ତାଙ୍କ ଟିମ୍ର ୨ ଘଣ୍ଟାରୁ ଅଧିକ ସମୟ କଥାବାର୍ତ୍ତାର ତୁରନ୍ତ ପରେ ଟ୍ରୁଥ୍ ସୋସିଆଲରେ ପୋଷ୍ଟରେ କହିଥିଲେ, ଖୁବ୍ ରକ୍ତପାତ ହୋଇ ସାରିଛି। ସଂପତ୍ତିର ସୀମା ଯୁଦ୍ଧ ଓ ସାହସ ଦ୍ୱାରା ସ୍ଥିର ହେଉଛି। ତାଙ୍କୁ ସେଠାରେ ରହିଯିବା ଉଚିତ୍ , ଯେଉଁଠି ସେମାନେ ଅଛନ୍ତି। ଉଭୟଙ୍କୁ ବିଜୟର ଦାବି କରିବାକୁ ଦିଅ , ଇତିହାସକୁ ନିଷ୍ପତ୍ତି କରିବାକୁ ଦିଅ।




