ଦୀପାବଳିରେ ଅତିରିକ୍ତ ଛୁଟି ଘୋଷଣା କଲେ ରାଜ୍ୟ ସରକାର, ଚତୁର୍ଥ ଶନିବାରରେ କାମ କରିବେ କର୍ମଚାରୀ
Published By: Kirti – Prameya-News7 Bureau | October 18, 2025 12:02 PM
NEWS7
ଭୁବନେଶ୍ୱର ୧୮।୧୦ : ଦୀପାବଳି ପାଇଁ ସରକାରଙ୍କ ଛୁଟି ଘୋଷଣା। ୨୦ ଓ ୨୧ ତାରିଖ ସରକାରୀ ଛୁଟି। ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ରହିବ। ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।
ସେହିପରି ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି। ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ବଳବତ୍ତର ରହିବ। ୨୦ ତାରିଖରେ ଅତିରିକ୍ତ ଛୁଟି ରହିବ। ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ। ନୂଆପଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ପାଇଁ ବନ୍ଦ ରହିବ। ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ୨୦ରେ ନୂଆପଡ଼ାରେ ସରକାରୀ କାର୍ଯ୍ୟାଳୟ/ ମାଜିଷ୍ଟେରିଆଲ କୋର୍ଟ ଖୋଲା ରହିବ। ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟଦିବସ ରହିବ।




