ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ, ମଦ ପିଇ ଗାଡ଼ି ଚଳାଇଲେ ଅଟକ ରହିବେ ଚାଳକ

ଉଚ୍ଚ-ଶଦ୍ଦ-ସଂପନ୍ନ-ବାଣ-ଫୁଟାଇଲେ-କଡ଼ା-କାର୍ଯ୍ୟାନୁଷ୍ଠାନ,-ମଦ-ପିଇ-ଗାଡ଼ି-ଚଳାଇଲେ-ଅଟକ-ରହିବେ-ଚାଳକ

ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ, ମଦ ପିଇ ଗାଡ଼ି ଚଳାଇଲେ ଅଟକ ରହିବେ ଚାଳକ

Published By: Ruby – Prameya-News7 Bureau | October 18, 2025 01:02 PM

NEWS7

DCP

ଭୁବନେଶ୍ବର ୧୮।୧୦: ଦୀପାବଳିରେ ଭୁବନେଶ୍ୱରରେ ରାତି ୯ଟା ପରେ ବାଣଫୁଟା ବନ୍ଦ । ଏ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା । ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଡ଼ା ତାଗିଦ କରିଛନ୍ତି ଡିସିପି ।

ତେବେ ଦୀପାବଳିରେ ଗ୍ରୀନ୍ ବାଣ ଫୁଟାଇବା ପାଇଁ ପୋଲିସ ଅନୁରୋଧ କରିଛି । ସେହିଭଳି ମଦ ପିଇ ଗାଡ଼ି ଚଳାଇଲେ ଅଟକ ରହିବେ ଚାଳକ । ଗାଡ଼ିକୁ ଜବତ କରି ନେଇଯିବ PCR ଭ୍ୟାନ୍ । ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ଡିସିପିଙ୍କ ନିର୍ଦ୍ଦେଶ ରହିଛି । ବେଆଇନ ବାଣ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଡିସିପି କହିଛନ୍ତି ।

Scroll to Top