ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀ, ଘରେ ଘରେ ଧନତେରାସ୍ ଭାବେ ପାଳନ

ଦେବ-ଚିକିତ୍ସକ-ଧନ୍ୱନ୍ତରୀଙ୍କ-ଜୟନ୍ତୀ,-ଘରେ-ଘରେ-ଧନତେରାସ୍-ଭାବେ-ପାଳନ

ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀ, ଘରେ ଘରେ ଧନତେରାସ୍ ଭାବେ ପାଳନ

Published By: Prativa – Prameya-News7 Bureau | October 18, 2025 07:54 AM

NEWS7

dhanteras

ଭୁବନେଶ୍ୱର ୧୮/୧୦: ଆଜି ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀ। ଏହାକୁ ଧନତେରାସ୍ ଭାବେ ପାଳନ କରାଯାଏ। ଦୀପାବଳି ପୂର୍ବରୁ ଧନ୍ତନ୍ୱରୀଙ୍କ ଜୟନ୍ତୀ ପଡୁଥିବାରୁ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ କରାଯାଇଥାଏ। ଏହି ତିଥିରେ ସୁନା କିଣିଲେ ମାଆ ଲକ୍ଷ୍ମୀଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ସୁନା ଦୋକାନ ଗୁଡିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

ଧନତେରସ ଅବସରରେ ଗହଣା ବ୍ୟବସାୟୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ରିହାତି ଓ ଉପହାର ଦେଉଛନ୍ତି। ରାଜ୍ୟର ଅଗ୍ରଣୀ ଅଳଙ୍କାର ବ୍ୟବସାୟୀ ଜେ ଆଣ୍ଡ ଟି’ ଜୁଏଲାରୀ ଏହି ଧନତେରାସ ଅବସରରେ ଅନେକ ଅଫର ରଖିଛି। ସୁନା, ରୂପା ଓ ଡାଏମଣ୍ଡ କିଣିଲେ ଗଢ଼ା ମୂଲ୍ୟ ଉପରେ ଆକର୍ଷଣୀୟ ରିହାତି ପାଇବେ ଗ୍ରାହକ। ଏହି ମାସ ଶେଷ ପର୍ଯ୍ୟନ୍ତ ଅଫର ରହିଛି।

Scroll to Top