ନୂଆପଡ଼ା ୧୮।୧୦ : ନୂଆପଡ଼ା ଉପନିର୍ବାଚନ । ମୈଦାନ ପୁରା ପ୍ରସ୍ତୁତ । ଏଥର ନିର୍ବାଚନରେ ହେବ ତ୍ରିମୁଖୀ ଲଢେଇ । ତିନି ଦଳର ତିନି ଯୋଦ୍ଧା ପ୍ରସ୍ତୁତ । ବିଜେଡିରୁ ସ୍ନେହାଙ୍ଗୀନି ଛୁରିଆ, ବିଜେପିରୁ ଜୟ ଢୋଲକିଆ, କଂଗ୍ରେସରୁ ଘାସିରାମ ମାଝୀ ପ୍ରଚାର ମୈଦାନରେ । ଶନିବାର ତିନି ଦଳର ତିନି ପ୍ରାର୍ଥୀ ଭରିପାରନ୍ତି ନାମାଙ୍କନ ।
ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ। ଏହାପରେ ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ । ଏଥିପାଇଁ ବିଜେପି ଏକ ମେଗା ସୋ ଆୟୋଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ପଦାଧିକାରୀମାନେ ସାମିଲ ହେବେ।ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବେ। ଏଥିପାଇଁ କଂଗ୍ରେସ ବିଶାଳ ଶୋଭାଯାତ୍ରା ଆୟୋଜନରେ ଲାଗିଛି।




