ପାକିସ୍ତାନର ଆକ୍ରମଣରେ ୩ ଆଫଗାନୀ କ୍ରିକେଟରଙ୍କ ମୃତ୍ୟୁ: ଟି-୨୦ ସିରିଜ୍‌ରୁ ଓହରିଲା ଆଫଗାନିସ୍ତାନ

ପାକିସ୍ତାନର-ଆକ୍ରମଣରେ-୩-ଆଫଗାନୀ-କ୍ରିକେଟରଙ୍କ-ମୃତ୍ୟୁ:-ଟି-୨୦-ସିରିଜ୍‌ରୁ-ଓହରିଲା-ଆଫଗାନିସ୍ତାନ

ପାକିସ୍ତାନର ଆକ୍ରମଣରେ ୩ ଆଫଗାନୀ କ୍ରିକେଟରଙ୍କ ମୃତ୍ୟୁ: ଟି-୨୦ ସିରିଜ୍‌ରୁ ଓହରିଲା ଆଫଗାନିସ୍ତାନ

Published By: Avinash – Prameya-News7 Bureau | October 18, 2025 07:35 AM

NEWS7

3 afghan cricketers killed in pak air strike,

ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଧୀରେ ଧୀରେ ଚରମ ସ୍ଥିତିରେ ପହଞ୍ଚିଛି। ଶୁକ୍ରବାର ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ୩ ଆଫଗାନିସ୍ତାନ କ୍ରିକେଟରଙ୍କର ମୃତ୍ୟୁ ହୋଇଛି। ଏନେଇ ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ଏସିବି) ସୂଚନା ଦେଇଛି। ଏହି ଘଟଣା ପରେ ଆଫଗାନିସ୍ତାନ ପାକିସ୍ତାନ ସହିତ କ୍ରିକେଟ ଖେଳରୁ ଓହରି ଯାଇଛି।

ଶୁକ୍ରବାର ପାକିସ୍ତାନ ଆଫଗାନିସ୍ତାନର ପାକ୍ତିତା ପ୍ରଦେଶରେ ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଥିଲା। ଏଥିରେ ଘରୋଇ ମ୍ୟାଚ୍ ଖେଳୁଥିବା ୩ ଆଫଗାନୀ କ୍ରିକେଟରଙ୍କ ମୃତ୍ୟୁ ହୋଇଛି। ଏଣୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ନେଇ ଖେଳାଯିବାକୁ ଆଗାମୀ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରୁ ଓହରି ଯାଇଛି। ଏନେଇ  ବୋର୍ଡ ପକ୍ଷରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦିଆଯାଇଛି। ଏଥିସହିତ ପାକିସ୍ତାନର ଏଭଳି ଆକ୍ରମଣକୁ ଏସିବି ନିନ୍ଦା କରିଛି। 

Scroll to Top