ବାପାଙ୍କ ନାଁରେ ଭୋଟ ନେବାକୁ ଚେଷ୍ଟା କରୁଛି ବିଜେଡି, ରାଜୁ ଭାଇଙ୍କ ପରେ ଲୋକେ ମୋତେ ପଚାରିବେ

ବାପାଙ୍କ-ନାଁରେ-ଭୋଟ-ନେବାକୁ-ଚେଷ୍ଟା-କରୁଛି-ବିଜେଡି,-ରାଜୁ-ଭାଇଙ୍କ-ପରେ-ଲୋକେ-ମୋତେ-ପଚାରିବେ

ବାପାଙ୍କ ନାଁରେ ଭୋଟ ନେବାକୁ ଚେଷ୍ଟା କରୁଛି ବିଜେଡି, ରାଜୁ ଭାଇଙ୍କ ପରେ ଲୋକେ ମୋତେ ପଚାରିବେ

Published By: Prativa – Prameya-News7 Bureau | October 17, 2025 01:54 PM

NEWS7

jay dholkia

ନୂଆପଡ଼ା ୧୭/୧୦: ନୂଆପଡ଼ା ଉପ-ନିର୍ବାଚନ ପ୍ରସଙ୍ଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା । ଆସନ୍ତାକାଲି ସେ ନାମାଙ୍କନ ଭରିବେ ବୋଲି ସୂଚନା ରହିଛି । ଏହା ପୂର୍ବରୁ ସେ ନୂଆପଡାରେ କରିଛନ୍ତି ଜୋରଦାର ପ୍ରଚାର । ପ୍ରଚାରରେ ଯାଇଁ ଭୋଟରଙ୍କ ଠାରୁ ଭୋଟ ଭିକ୍ଷା କରିଛନ୍ତି । ତେବେ ଏହି ଅବସରରେ ଜୟ କହିଛନ୍ତି ବିଜେଡି ମୋ ବାପାଙ୍କ ନାଁରେ ଭୋଟ ନେବାକୁ ଚେଷ୍ଟା କରୁଛି ।

ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। ମୋତେ ଆଶୀର୍ବାଦ କରିବାକୁ ସେ ଆସିଥିଲେ। ଆଉ ଦଳକୁ ବିଜୟ କରିବାକୁ ବୈଠକ କରିଥିଲେ। ଆମେ ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟ ପାଥେୟ କରି ନିର୍ବାଚନକୁ ଯିବୁ। ଶନିବାର ଖରିଆର ରୋଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ପଦଯାତ୍ରା ଅଛି । ଏହାପରେ ନୋମିନେସନ କରାଯିବ। ପାଖାପାଖି ୧୦ ହଜାରରୁ ଅଧିକ ଲୋକ ଏକାଠି ହେବେ । ବିଜେଡିର କୌଣସି ରଣନୀତି କାମ ଦେବ ନାହିଁ। ମୋ ବାପା ୫୦ ବର୍ଷ ଧରି ଲୋକଙ୍କ ସେବା କରି ଆସୁଛନ୍ତି । ମୋତେ ମଧ୍ୟ ସେମାନେ ଦେଖୁଛନ୍ତି। ବିଜେଡି ମୋ ବାପାଙ୍କ ଫଟୋ ଲଗାଇ ଭୋଟ ନେବାକୁ ଚେଷ୍ଟା କରୁଛନ୍ତି । 

Scroll to Top