C

c

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ଜନ୍ମ ଦିନରେ ଗଙ୍ଗ ନଗରରେ ଜନ ସମ୍ପର୍କ ପଦଯାତ୍ରା କରିଛନ୍ତି ନବୀନ।

author-image

naveen-mohan

naveen-mohan Photograph: (OTV)

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମ ଦିବସ। ନବୀନଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସେ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ନବୀନଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁଖମୟ ଜୀବନ କାମନା କରୁଥିବା ଲେଖିଛନ୍ତି।
ଅନ୍ୟପଟେ ନିଜ ଜନ୍ମ ଦିନରେ ଜନ ସମ୍ପର୍କ ପଦଯାତ୍ରା କରିଛନ୍ତି ନବୀନ। ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଗଙ୍ଗ ନଗର ମଙ୍ଗଳା ବସ୍ତିରେ ଆୟୋଜିତ ହୋଇଥିବା ପଦଯାତ୍ରାରେ ଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ। ଏନେଇ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ମଙ୍ଗଳା ବସ୍ତି ବାସିନ୍ଦା ରସ୍ତାରେ ମୁରୁଜ ପକାଇ କଳସ ବସାଇ ସ୍ୱାଗତ ପାଇଁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଥିଲା। ଏହି ପଦଯାତ୍ରାରେ ଦଳର ସମସ୍ତ ନେତା ସାମିଲ ହୋଇଛନ୍ତି।

ଅଧିକ ଦେଖନ୍ତୁ:

Scroll to Top