M

m

ପୁଣି ପଦାରେ ପଡ଼ିଲା ଆମେରିକା ରାଷ୍ଟ୍ରପତିଙ୍କ ଡାହା ମିଛ। ଗତକାଲି ଟ୍ରମ୍ପଙ୍କ ସହ କଥା ହୋଇନଥିଲେ ମୋଦି। ଟେଲିଫୋନ୍ ରେ କୌଣସି ଆଲୋଚନା ହୋଇନି। ସ୍ପଷ୍ଟ କଲା ବିଦେଶ ମନ୍ତ୍ରଣାଳୟ।

author-image

TRUMP

TRUMP Photograph: (OTV)

ପୁଣି ପଦାରେ ପଡ଼ିଲା ଟ୍ରମ୍ପଙ୍କ ମିଛ। ସାରା ବିଶ୍ବ ଆଗରେ ଟ୍ରମ୍ପଙ୍କ ଡାହା ମିଛକୁ ଲୋକଲୋଚନକୁ ଆଣିଛି ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତକାଲି କୌଣସି ଆଲୋଚନା ହୋଇନି। ଆଜି ପ୍ରେସମିଟରେ ଏମିତି କିଛି ଖୁଲାସା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। 
ଗତକାଲି ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ କୌଣସି ବି ଟେଲିଫୋନିକ୍ କଥାବାର୍ତ୍ତା ହୋଇନି। ଉଭୟ ରାଷ୍ଟ୍ରମୁଖ୍ୟ କଥା ହୋଇନାହାନ୍ତି। ସବୁଠୁ ବଡ଼ କଥା ହେଲା ଗତକାଲି ଟ୍ରମ୍ପ କହିଥିଲେ କି ଋଷିଆରୁ ତେଲ କିଣିବାକୁ ଆମେରିକା ଭାରତକୁ ମନା କରିଥିଲା। ଏଥିରେ ମୋଦି କୁଆଡ଼େ ରାଜି ହୋଇଥିଲେ। ଟ୍ରମ୍ପ ଏନେଇ ଗଣମାଧ୍ୟମକୁ ବଡ଼ ଗଳାରେ ସୂଚନା ଦେଇଥିଲେ। ହେଲେ ଏସବୁ ଥିଲା ଡାହା ମିଛ କଥା। 
ଭାରତୀୟଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଭାରତ ସରକାର ପଦକ୍ଷେପ ନେବେ। ଏଥିପାଇଁ ଯାହା କରିବା କଥା ମୋଦି ସରକାର କରିବେ ବୋଲି ସ୍ପଷ୍ଟ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜେସୱାଲ୍।…ଭାରତର ଏଇ ଖୁଲାସା ପରେ ଏବେ ପୁଣି ଥରେ ଟ୍ରମ୍ପଙ୍କ ମିଛୁଆ ଚେହେରା ପଦାରେ ପଡ଼ିଛି।

Scroll to Top