T

t

ଆଜି ବାୟୁ ସେନାକୁ ହସ୍ତାନ୍ତରିତ ହେବ ତେଜସ୍ LCA MK1A। ହାଲ୍ ଦ୍ବାରା ନାସିକରେ ପ୍ରଥମ ଥର ପାଇଁ ହୋଇଛି ନିର୍ମାଣ। HTT 40 ବେସିକ ଟ୍ରେନର ଏୟାରକ୍ରାପ୍ଟର ହେବ ଉନ୍ମୋଚନ।

author-image

LCA-FIGHTER-JET

LCA-FIGHTER-JET Photograph: (OTV)

ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଜି ଐତିହାସିକ ଦିନ । ଆତ୍ମନିର୍ଭର ଭାରତ ଅଭିଯାନକୁ ବଡ଼ ସଫଳତା ।  ଆଜି ବାୟୁ ସେନାକୁ ହସ୍ତାନ୍ତରିତ ହେବ ହାଲ୍ ଦ୍ବାରା ନାସିକରେ ପ୍ରସ୍ତୁତ ବହୁପ୍ରତୀକ୍ଷିତ ପ୍ରଥମ ତେଜସ୍ LCA MK1A ଲଢ଼ୁଆ ବିମାନପ୍ରତିରକ୍ଷା ମନ୍ତ୍ରୀରାଜନାଥ ସିଂ ଏହାକୁ ଉନ୍ମୋଚିତ କରିବେ । 
ମହାରାଷ୍ଟ୍ରର ନାସିକ କାରଖାନାରେ ପ୍ରଥମଥର ପାଇଁ ନିର୍ମିତ ହୋଇଛି ଲାଇଟ୍ କମ୍ବାଟ୍ LCA MK1A ଲଢ଼ୁଆ ବିମାନ । ଏହାଛଡ଼ା HTT 40 ବେସିକ ଟ୍ରେନର ଏୟାରକ୍ରାପ୍ଟ ଓ SU-30 ଫାଇଟର ଜେଟର ଶୁଭାରମ୍ଭ ମଧ୍ୟ କରିବେ ପ୍ରତିରକ୍ଷା ମନ୍ତ୍ରୀ । LCA MK1A ଲଢ଼ୁଆ ବିମାନ ତେଜସର ଅପଗ୍ରେଡ୍ ସଂସ୍କରଣ। ଯାହାକି ମିଗ-୨୧କୁ ରିପ୍ଲେସ୍ କଲାଭଳି ଡିଜାଇନ୍ ସହିତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ କରାଯାଇଛି। ହାଲ୍ ଓ ଏଡିଏ ଦ୍ବାରା ଏହା ବିକଶିତ ହୋଇଛି । 
ଏହାକୁ ଆକାଶର ଅର୍ଜୁନ୍ ବୋଲି କୁହାଯାଉଛି । ନାସିକରେ ବିଶେଷ କାର୍ଯ୍ୟକ୍ରମରେ ଭାରତୀୟ ବାୟୁସେନାକୁ ଏହା ହସ୍ତାନ୍ତର କରାଯିବ । କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏବଂ IAF ଓ HALର ଅଧିକାରୀମାନେ ଉପସ୍ଥିତ ରହିବେ ।

ଅଧିକ ଦେଖନ୍ତୁ:

Scroll to Top