ବିହାର: ବିରିୟାନୀ ଲୁଟ ଉତ୍ସବରେ ପରିଣତ ହେଲା AIMIM ରାଲି, ମାଗଣା ଖାଇବା ପାଇଁ ଅନିୟନ୍ତ୍ରିତ ହେଲା ଭିଡ

ବିହାର:-ବିରିୟାନୀ-ଲୁଟ-ଉତ୍ସବରେ-ପରିଣତ-ହେଲା-aimim-ରାଲି,-ମାଗଣା-ଖାଇବା-ପାଇଁ-ଅନିୟନ୍ତ୍ରିତ-ହେଲା-ଭିଡ

କିଶନଗଞ୍ଜ ୧୬।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇବା ସହିତ ରାଜ୍ୟ ଏବେ ରାଜନୈତିକ ଗତିବିଦ୍ଧିର କେନ୍ଦ୍ର ପାଲଟିଛି। ପ୍ରାର୍ଥୀମାନେ ଲୋକଙ୍କ ମନ ଜିଣିବାକୁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ନିର୍ବାଚନୀ ରାଲିରେ ଭିଡ ଏକାଠି କରିବା ପାଇଁ ପ୍ରାର୍ଥୀମାନେ ମାଗଣା ଖାଇବା ସହ ନାନା ପ୍ରକାରର  ମାଗଣା ସାମଗ୍ରୀ ବାଣ୍ଟୁଛନ୍ତି। ନିର୍ବାଚନୀ ରାଜ୍ୟରେ ଏହା ଏବେ ପ୍ରମୁଖ ରଣନୀତି ପାଲଟିଛି।

ଏହିକ୍ରମରେ କିଶନଗଞ୍ଜ ଜିଲ୍ଲା ବାହାଦୁର ଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏଆଇଏମଆଇଏମ ପ୍ରାର୍ଥୀ ତୌସିଫ ଆଲମଙ୍କ ପ୍ରାର୍ଥୀପତ୍ର ଦାଖଲ ରାଲିରେ ମାଗଣା ବିରିୟାନୀ ପାଇଁ ଦଳାଚକଟା ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିରିୟାନୀ ବିତରଣର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ଲୋକେ ଏହା ଉପରେ ଏବେ ନାନା କମେଣ୍ଟ କରୁଛନ୍ତି। ଏଥିରେ ଜଣେ ଉଲ୍ଲେଖ କରିଛନ୍ତି ଯେ ବିହାରରେ ସଂଘର୍ଷରତ ଲୋକଙ୍କ ପାଇଁ ରାଜନେତା ଭଲ କାମ କରିବା ଦରକାର। ବିଶେଷ କରି ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ଦେଖୁଥିବା ନେତା ଏହି ଦାରିଦ୍ର୍ୟଗ୍ରସ୍ତ ଲୋକଙ୍କ ଛବିକୁ ଭଲ ଭାବେ ଦେଖିବା ଉଚିତ ବୋଲି ଉଲ୍ଲେଖ କରିଛନ୍ତି।

बिहार–
किशनगंज जिले की बहादुरगंज विधानसभा सीट से AIMIM प्रत्याशी तौसीफ आलम के नॉमिनेशन प्रोग्राम में बिरयानी के लिए लूट मची !! pic.twitter.com/1XUP45Hiyx

— Sachin Gupta (@SachinGuptaUP) October 16, 2025

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଏମାନେ ସେହି ଭୋଟର ଯେଉଁମାନେ ଆଗାମୀ ଦିନରେ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ଦ୍ୱାରା ନିର୍ବାଚିତ ଲୋକେ ହିଁ ରାଜ୍ୟର ନୂଆ କାୟାକଳ୍ପ କରିବେ। ହେଲେ ଦେଖନ୍ତୁ ବିରିୟାନୀ ପକେଟ ଟିଏ ପାଇଁ କେମିତି ଜୀବନ ଲଢେଇ ଦେଇଛନ୍ତି। ୨୦୨୦ ବିହାର ବିଧାନସଭା ନିର୍ବାଚନରେ ବିଜେପି-ଜେଡିୟୁ ମେଣ୍ଟ ମାମୁଲି ଅନ୍ତରରେ ଆରଜେଡି ମେଣ୍ଟକୁ ହରାଇ ଦେଇଥିଲା। ବିଜେପି-ଜେଡିୟୁ ମେଣ୍ଟକୁ ୧୨୫ଟି ଆସନ ମିଳିଥିବା ବେଳେ ଜେଡିୟୁ-କଂଗ୍ରେସ ମେଣ୍ଟକୁ ୯୪ଟି ଆସନ ମିଳିଥିଲା।

ଯଦିଓ ରାଜ୍ୟରେ ଜେଡିୟୁ ବିଜେପିର ଛୋଟ ସହଯୋଗୀ ଥିଲା ତଥାପି ନିତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଏହା ତାଙ୍କର ସପ୍ତମ କାର୍ଯ୍ୟକାଳ ଥିଲା। ତେବେ ସରକାର ଗଠନ ହେବା ପରେ ନିତିଶ କୁମାର ସେଇଆ କରିଥିଲେ ଯାହା ଲୋକେ ଆଗରୁ କଳ୍ପନା କରୁଥିଲେ। ସେ ମେଣ୍ଟ ବଦଳାଇ ୨୦୨୨ରେ ମହାମେଣ୍ଟରେ ସାମିଲ ହୋଇଯାଇଥିଲେ ଓ ଅଷ୍ଟମ କାର୍ଯ୍ୟକାଳ ନିମନ୍ତେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରିଥିଲେ। ସେ ଦେଶରେ ବିଜେପି ବିରୋଧରେ ଇଣ୍ଡିଆ ମହାମେଣ୍ଟର ନିଅଁ ମଧ୍ୟ ପକାଇଥିଲେ।ଯାହା ପରେ ଲୋକସଭା ନିର୍ବାଚନରେ ବିଜେପିର ଏନଡିଏ ମେଣ୍ଟକୁ ଅକଳରେ ପକାଇଥିଲା।

Scroll to Top