ମୁନିର ସୈନିକଙ୍କୁ ନଙ୍ଗଳା କରି ରାସ୍ତାରେ ଘୋଷାଡୁଛନ୍ତି ତାଲିବାନ, ପାକିସ୍ତାନର ମନେପଡିଲା ଭାରତ

ମୁନିର-ସୈନିକଙ୍କୁ-ନଙ୍ଗଳା-କରି-ରାସ୍ତାରେ-ଘୋଷାଡୁଛନ୍ତି-ତାଲିବାନ,-ପାକିସ୍ତାନର-ମନେପଡିଲା-ଭାରତ

କାବୁଲ/ଇସ୍ଲାମାବାଦ ୧୬।୧୦: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧବିରାମ ହୋଇଛି। ଉଭୟ ପକ୍ଷ ବୁଧବାର ସନ୍ଧ୍ୟା ୬ଟାରୁ ଯୁଦ୍ଧବିରତୀ ପାଳନ କରୁଛନ୍ତି। ହେଲେ ଏହି ଯୁଦ୍ଧରେ ଦୁଇ ଦେଶଙ୍କ ମଧ୍ୟରେ କେତେ ମାତ୍ରାରେ ଘୃଣା ରହିଛି ତାହା ଖୋଲାଖୋଲି ସାମ୍ନାକୁ ଆସିଛି। ଆଫଗାନିସ୍ତାନରେ ଯୁଦ୍ଧବିରତି ପରେ ଲୋକେ ଉତ୍ସବ ପାଳନ କରୁଛନ୍ତି। ହେଲେ ପାକିସ୍ତାନକୁ ଏହି ଯୁଦ୍ଧ ଆଶ୍ଚର୍ଯ୍ୟ କରିଛି। ଆଫଗାନ ତାଲିବାନମାନେ ଯେଉଁ ବେଗରେ ଓ ଘାତକ ଆକ୍ରମଣ କଲେ ତା ପରଠାରୁ ପାକିସ୍ତାନକୁ ଭାରତ ଏବେ ଭଲ ଲାଗୁଛି। ଖାସ କରି ତାଲିବାନ ଯୋଦ୍ଧାମାନେ ପାକ୍ ସୈନିକଙ୍କ ସହ ଯାହା କରୁଛନ୍ତି  ତାହା ଦେଖି ପାକିସ୍ତାନ ରାଗରେ ଜରଜର ହେଉଛି।

ସୋସିଆଲ ମିଡିଆରେ କଥିତ ରୂପେ ଏପରି ଭିଡିଓ ସବୁ ସେୟାର କରାଯାଉଛି ଯେଉଁଥିରେ ତାଲିବାନ ଯୋଦ୍ଧାମାନେ ପାକିସ୍ତାନ ସୈନିକଙ୍କୁ ମାରିବା ପରେ ସେମାନଙ୍କ ଶବ ସହ ବର୍ବରତା କରୁଥିବା ଦେଖାଯାଉଛି। ପାକିସ୍ତାନ ସୈନିକଙ୍କ ଶବ ନଗ୍ନାବସ୍ଥାରେ ସାମ୍ନାକୁ ଆସିଛି। ଆଫଗାନିସ୍ତାନର ଅନେକ ସ୍ଥାନରେ ପାକିସ୍ତାନୀ ସୈନିକଙ୍କ ପ୍ୟାଣ୍ଟ ପ୍ରଦର୍ଶନୀରେ ଲାଗିଛି ଓ ଦେଶରେ ଏହାକୁ ବିଜୟ ସହ ତୁଳନା କରାଯାଉଛି। ସେହିପରି ଏକ୍ସ ରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ତାଲିବାନମାନେ ପାକିସ୍ତାନୀ ଟି-୫୫ ଟ୍ୟାଙ୍କରେ ବସି ଯାଉଥିବା ଦେଖାଯାଉଛି। ଏହି ଟ୍ୟାଙ୍କକୁ ତାଲିବାନ ମାନେ କାନ୍ଧାରରେ ଯୁଦ୍ଧ ବେଳେ ହାତେଇ ନେଇଛନ୍ତି। ଏହା ଛଡା ତାଲିବାନମାନେ ପାକିସ୍ତାନୀ ସୈନିକଙ୍କ ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମଧ୍ୟ ଜବତ କରିଛନ୍ତି ଯାହା ପାକିସ୍ତାନୀ ସେନା ଛାଡି ପଳାଇଥିଲେ।

ପାକିସ୍ତାନୀ ସୈନିକଙ୍କ ସହିତ ତାଲିବାନଙ୍କ ବର୍ବରତା ଭିଡିଓ ସାମ୍ନାକୁ ଆସିବା ପରେ ଏବେ ପାକିସ୍ତାନୀମାନେ ରାଗରେ ଲାଲ ପଡିଯାଇଛନ୍ତି। ଏଥିରେ ଅନେକ ପାକିସ୍ତାନୀ ଭାରତ ଶତ୍ରୁ ହେଲେ ବି ଏକ ଭଲ ଦେଶ ବୋଲି ଏବେ କହୁଛନ୍ତି। ପାକିସ୍ତାନୀ ବିଶ୍ଲେଷକ ଜୈଘମ ଖାନ ଏକ୍ସ ରେ ଏ ନେଇ ଏକ ପୋଷ୍ଟ କରିଛନ୍ତି। ଏଥିରେ ଲେଖିଛନ୍ତି ‘ଡିୟର କାବୁଲ: ଭାରତ ଆମର ଘୋର ଶତ୍ରୁ, ହେଲେ ସେ କେବେବି ଆମ ଶହିଦମାନଙ୍କୁ ଅପମାନ କରି ନାହିଁ। ଯଦି ତୁମ ଶରୀରରେ ଇଜ୍ଜତର ହାଡ ଥାଏ ଏବେ ଠୁ ନିଜକୁ ସୁଧାରି ନିଅ, ନଚେତ ମୂଲ୍ୟ ଦେବାକୁ ପ୍ରସ୍ତୁତ ରୁହ ’।

Dear Kabul: India is our sworn enemy, but even they have never insulted our martyrs. If there is an honour bone in your body, correct this now; otherwise be ready to pay a heavy price.

— Zaigham Khan (@zaighamkhan) October 15, 2025

ପାକିସ୍ତାନୀ ବିଶ୍ଲେଷକଙ୍କ ଭାରତକୁ ପ୍ରଶଂସା ୧୯୯୯ ମସିହା କାର୍ଗିଲ ଯୁଦ୍ଧକୁ ମନେ ପକାଇ ଦେଇଛି। ଏଥିରେ ଭାରତୀୟ ସେନା ଦ୍ୱାରା ନିପାତ ପାକିସ୍ତାନୀ ସୈନିକଙ୍କୁ ଭାରତ ସସମ୍ମାନ ଅନ୍ତିମ ସଂସ୍କାର କରିଥିଲା। କାରଣ ପାକିସ୍ତାନ ସେନା ପ୍ରାଣ ହରାଇଥିବା ସୈନିକଙ୍କୁ ନିଜର ମାନିବାକୁ ମନା କରିଦେଇଥିଲା। କାର୍ଗିଲ ଯୁଦ୍ଧ ଶେଷରେ ଭାରତ ପକ୍ଷରୁ ପାକିସ୍ତାନୀ ସୈନିକଙ୍କ ନାମ ଓ ବ୍ୟାଚ୍ ମଧ୍ୟ ଜାରି କରାଯାଇଥିଲା। ତେବେ ଅନେକ ବର୍ଷ ପରେ ପାକିସ୍ତାନ କାର୍ଗିଲ ଯୁଦ୍ଧରେ ତା ସୈନିକ ମାନେ ଲଢିଥିଲେ ବୋଲି ସ୍ୱୀକାର କରିଥିଲା।

ଜୈଗମ ଖାନଙ୍କ ପୋଷ୍ଟରେ ଜନୈକ ୟୁଜର କମେଣ୍ଟ କରିଛନ୍ତି ଓ ପାକିସ୍ତାନକୁ ଆଇନା ଦେଖାଇଛନ୍ତି। କହିଛନ୍ତି ପାକିସ୍ତାନ ଭଳି କେହି ନିଜ ଶହିଦଙ୍କୁ ଅପମାନ କରେନି। ପାକିସ୍ତାନ ନିଜ ସୈନିକଙ୍କ ଶବକୁ ଗ୍ରହଣ କରିନଥିଲା। ହେଲେ ଭାରତୀୟ ସେନା ପୁରା ସାମରିକ ସମ୍ମାନରେ ପାକିସ୍ତାନୀ ସୈନିକଙ୍କ ଅନ୍ତ୍ୟେଷ୍ଟି କରିଥିଲା। ଏଣୁ ମୁହଁ ଖୋଲିବା ପୂର୍ବରୁ ଟିକେ ଶରମ କର ବୋଲି ୟୁଜର ଲେଖିଛନ୍ତି।

Scroll to Top