ପିକଅପ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତ ଦେହ ରଖି ଗାଁ ଲୋକଙ୍କ ରାସ୍ତା ଅବରୋଧ

ପିକଅପ୍‌-ଧକ୍କାରେ-ଯୁବକଙ୍କ-ମୃତ୍ୟୁ,-ମୃତ-ଦେହ-ରଖି-ଗାଁ-ଲୋକଙ୍କ-ରାସ୍ତା-ଅବରୋଧ

ପିକଅପ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତ ଦେହ ରଖି ଗାଁ ଲୋକଙ୍କ ରାସ୍ତା ଅବରୋଧ

Published By: Chikun – Prameya-News7 Bureau | October 16, 2025 03:35 PM

NEWS7

Youth dies in pickup truck accident, villagers block road in Balangir.

ବଲାଙ୍ଗୀର: ଶ୍ବଶୁର ଘରୁ ପରିବାର ସହ ଫେରୁଥିଲେ। ହେଲେ ବାଟରେ ଘଟିଲା ଅଘଟଣ। ଅଧା ବାଟରେ ଦୁର୍ଘଟଣାରେ ଚାଲିଗଲା ଜୀବନ। ଗୁରୁବାର ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ କୁଥୂଲା ଛକ ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଯାଇଛି ଜଣକ ଜୀବନ।

ସୂଚନା ଅନୁସାରେ, ଭୂତିଆରବାହାଲର ମଦନ ବାରିକ ପରିବାର ସହ ଶ୍ବଶୁର ଘର ସିକୁଆଁକୁ ଆସିଥିଲେ। ତେବେ ବାଇକ୍‌ରେ ଫେରିବାବେଳେ କୁଥୂଲା ଛକ ନିକଟରେ ତାଙ୍କୁ ପଛରୁ ଏକ ପିକଅପ୍‌ ଧକ୍କା ଦେଇଥିଲା। ଫଳରେ ମଦନ ବାଇକ ସହ ଛିଟିକି ପଡ଼ିଥିଲେ। ଧକ୍କା ଏତେ ଜୋରରେ ହୋଇଥଲେ ଯେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତେବେ ଏହି ଦୁର୍ଘଟଣା ପରେ ମୃତ ଯୁବକଙ୍କ ଶବ ରଖି ଦେଓଗାଁ-ଭୂତିଆରବାହାଲ ରାସ୍ତା ଅବରୋଧ କରିଛନ୍ତି ପରିବାର ସହ ଗ୍ରାମବାସୀ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ହସ ଧକ୍କା ଦେଇଥିବା ପିକଅପ୍କୁ ଜବତ କରିଛି।

Scroll to Top