ମା’ଙ୍କୁ ମାଡ଼ମାରି ଘରୁ ତଡ଼ିଦେଲା ପୁଅ, ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଛାଡ଼ିଲେ ସ୍ବେଚ୍ଛାସେବୀ

ମା’ଙ୍କୁ-ମାଡ଼ମାରି-ଘରୁ-ତଡ଼ିଦେଲା-ପୁଅ,-ବୃଦ୍ଧାଙ୍କୁ-ଉଦ୍ଧାର-କରି-ବୃଦ୍ଧାଶ୍ରମରେ-ଛାଡ଼ିଲେ-ସ୍ବେଚ୍ଛାସେବୀ

ମା’ଙ୍କୁ ମାଡ଼ମାରି ଘରୁ ତଡ଼ିଦେଲା ପୁଅ, ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଛାଡ଼ିଲେ ସ୍ବେଚ୍ଛାସେବୀ

Published By: Ruby – Prameya-News7 Bureau | October 16, 2025 11:40 AM

NEWS7

Patnagarh

ପାଟଣାଗଡ଼ ୧୦: ମା’କୁ ମାଡ଼ ମାରି ଘରୁ ତଡ଼ିଦେଲା ପୁଅ । କ’ଣ କରିବେ ବୃଦ୍ଧ ମା’ । ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିଲେ । ଏଠି ସେଠି ମାଗିଯାଚି ପେଟପାଟଣା କରୁଥିଲେ । ଆଉ ଡାକ୍ତରଖାନା ବାରଣ୍ଡାରେ ଆଶ୍ରୟ ନେଉଥିଲେ । ଶେଷରେ ଅସହାୟ ବୃଦ୍ଧାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିଲେ ସ୍ବେଚ୍ଛାସେବୀ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭରତବାହାଲ ଗ୍ରାମପଞ୍ଚାୟତ ଗୁନିଆବାହାଲ ଗ୍ରାମ ନାକୁପାଲି ଗାଁର ବୃଦ୍ଧା ସୁବିଧା ବରିହାଙ୍କୁ ତାଙ୍କ ପୁଅ ମାଡମାରି ଘରୁ ବାହାର କରିଦେଇଥିଲେ । ସେ ଏଣେତେଣେ ମାଗିଯାଚି ଖାଇ ପାଟଣାଗଡ଼ ଡାକ୍ତରଖାନା ବାରଣ୍ଡାରେ ରହୁଥିଲେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ୱାଭିମାନ ପରିବାରର ସଦସ୍ୟ ମାନେ ବୃଦ୍ଧାଙ୍କୁ ଅସହାୟ ଭାବରେ ଥିବା ଦେଖି ବ୍ଲକ ସମାଜ ମଙ୍ଗଳ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହିତ ବୃଦ୍ଧାଙ୍କ ଅସହାୟତା ବିଷୟରେ ଜାଣିବା ପରେ ସ୍ୱାଭିମାନ ପରିବାର ସଦସ୍ୟଙ୍କ ସହିତ ଉଦ୍ଧାର କରି ବୃଦ୍ଧାଶ୍ରମକୁ ନେଇ ଯାଇଛନ୍ତି ସ୍ୱାଭିମାନ ପରିବାରର ଏପରି ଜନହିତକର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ

Scroll to Top