ମଧୁମାଳ ଜଙ୍ଗଲରୁ ମାଓ ଡମ୍ପ ଠାବ, ଏବେବି ଜାରି ରହିଛି କମ୍ବିଂ ଅପରେସନ

ମଧୁମାଳ-ଜଙ୍ଗଲରୁ-ମାଓ-ଡମ୍ପ-ଠାବ,-ଏବେବି-ଜାରି-ରହିଛି-କମ୍ବିଂ-ଅପରେସନ

ମାଲକାନଗିରି: ସୁରକ୍ଷା କର୍ମୀଙ୍କୁ ମିଳିଲା ବଡ଼ ସଫଳତା। କାଲିମେଳା ଥାନା ଅନ୍ତର୍ଗତ ମଧୁମାଳ ଜଙ୍ଗଲରୁ ଡିବିଏଫ ଯବାନ ଜବତ କଲେ ମାଓ ଡମ୍ପ। ବିଶେଷ ସୁତ୍ରରୁ ଖବର ପାଇ ଡିବିଏଫ ଯବାନମାନେ ମାଲକାନଗିରି ଆନ୍ଧ୍ର ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପରେସନ କରିବା ସମୟରେ ମାଟି ତଳେ ଡମ୍ପ ଥିବା ଜାଣିବା ପରେ ଏହାକୁ ଠାବ କରିଛନ୍ତି।

ଡମ୍ପ ଭିତରୁ ୫ଟି ଆଇଡି, ୫ଟି ଡିଟୋନେଟର, ୪ ମିଟର କୋଡେକ୍ସ ତାର, ଗୋଟିଏ ଜେନେରେଟର, ଗୋଟିଏ ୱେଲ୍ଡିଙ୍ଗ ମେସିନ୍‌, ଲୁହା ରଡ୍‌, ତିନୋଟି ଭାଇସ୍‌, ଗୋଟିଏ କଟର ବ୍ଲେଡ୍‌, ପ୍ଲାଷ୍ଟିକ ପାଇପ୍‌, ମାଓ ପୁସ୍ତିକା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି।

ତେବେ ବର୍ତ୍ତମାନ ଉକ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ମାଓ ମୁକ୍ତ ହୋଇଥିବାବେଳେ ଏହି ସବୁ ସାମଗ୍ରୀ ଯବାନମାନେ ଜବତ କରିବା ସହ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରଖିଥିବା ମାଲାକନଗିରି ଏସ୍‌.ପି. ବିନୋଦ ପାଟିଲ ସୂଚନା ଦେଇଛନ୍ତି।

Scroll to Top