ହରିୟାଣା ଏଏସ୍ଆଇ ଆତ୍ମହତ୍ୟା ଘଟଣା: ୱାଇ ପୁରନଙ୍କ ପତ୍ନୀଙ୍କ ଓ ବିଧାୟକଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ

ହରିୟାଣା-ଏଏସ୍ଆଇ-ଆତ୍ମହତ୍ୟା-ଘଟଣା:-ୱାଇ-ପୁରନଙ୍କ-ପତ୍ନୀଙ୍କ-ଓ-ବିଧାୟକଙ୍କ-ସମେତ-୩-ଜଣଙ୍କ-ନାଁରେ-ମାମଲା-ରୁଜୁ

ନୂଆଦିଲ୍ଲୀ: ହରିୟାଣା ପୋଲିସ ଅଧିକାରୀ ସନ୍ଦୀପ କୁମାରଙ୍କ ଆତ୍ମହତ୍ୟା ଘଟଣାରେ ରୋହତକ ସଦର ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଛି। ଏଫଆଇଆରରେ ୪ ଜଣଙ୍କ ନାମ ଉଲ୍ଲେଖ ରହିଛି। ଏଥିରେ ଆଇପିଏସ ଅଧିକାରୀ ୱାଇ ପୁରନ କୁମାରଙ୍କ ବନ୍ଧୁକଧାରୀ ସୁଶୀଲ, କୁମାରଙ୍କ ପତ୍ନୀ ପି ଅବନୀତ କୌର, ବଠିଣ୍ଡା ରୁରାଲ ବିଧାୟକ ଅମିତ ରତ୍ନ ଏବଂ ଅନ୍ୟ ଜଣଙ୍କ ନାଁରେ ରହିଛି।

ଯେହେତୁ ମାମଲାରେ ତଦନ୍ତ ଜାରି ରହିଛି, ତେଣୁ ପୁଲିସ ଅଧିକାରୀମାନେ ଏଫଆଇଆରର କପି ମିଡିଆକୁ ଦେବାକୁ ମନା କରିଦେଇଛନ୍ତି। ଘଟଣାକୁ ନେଇ ହରିଆଣା ରାଜନୀତି ଜୋର ଧରିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଅଭିଯୋଗ ବିଷୟରେ ପୁଲିସ ସୂଚନା ଦେଇ ନାହିଁ। ତଦନ୍ତ ଆଗକୁ ବଢ଼ିବା ସହିତ ଘଟଣାର ସତ୍ୟସତ୍ୟା ଆଗକୁ ଜଣାପଡ଼ିବ।

ହରିୟାଣାର ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ହଠାତ୍ ଆଶ୍ଚର୍ଯ୍ୟଜନକ ଆତ୍ମହତ୍ୟା, ରାଜ୍ୟ ପୋଲିସ ଭିତରେ ଜାତିଭେଦ, ଦୁର୍ନୀତି ଏବଂ ଦାଦାବଟି ଆଦାୟ ଅଭିଯୋଗକୁ ଉଜାଗର କରିଛି। ପୋଲିସ-ଗ୍ୟାଙ୍ଗଷ୍ଟର ଲିଙ୍କ୍ ରାଜ୍ୟ ପୁଲିସ ବ୍ୟବସ୍ଥାକୁ ସଙ୍କଟକୁ ଠେଲି ଦେଇଛି।

ଏହି ପୂରା ଘଟଣା ପ୍ରଥମେ ଆଇପିଏସ୍ ଅଧିକାରୀ ୱାଇ ପୁରନ କୁମାରଙ୍କ ଆତ୍ମହତ୍ୟା ପରେ ଆରମ୍ଭ ହୋଇଥିଲା। ବରିଷ୍ଠ ଅଧିକାରୀମାନେ ତାଙ୍କୁ ନିର୍ଯାତନା ଏବଂ ଜାତିଗତ ଭେଦଭାବ କରୁଥିଲେ ବୋଲି  ଅଭିଯୋଗ କରି ସେ ସୁଇସାଇଡ ନୋଟ୍ ଲେଖିଥିଲେ। ଅକ୍ଟୋବର ୧୪ ତାରିଖରେ, ପୂରନ କୁମାରଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ଏଏସଆଇ ସନ୍ଦୀପ କୁମାର ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଏବଂ ସେ ମଧ୍ୟ ଏକ ସୁଇସାଇଡ ନୋଟ୍ ଏବଂ ଭିଡିଓ ରେକର୍ଡିଂ କରି ଛାଡିଥିଲେ। ଯେଉଁଥିରେ କୁମାର ଏବଂ ତାଙ୍କ ପରିବାର ଉପରେ ଲାଞ୍ଚ, ଦାଦାବଟି ଆଦାୟ ଏବଂ ମହିଳା ଅଧିକାରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ସେ କରିଥିଲେ। ବର୍ତ୍ତମାନ ଏହି ଦୁଇଟି ଘଟଣାକୁ ନେଇ ପୁଲିସ ତଦନ୍ତ କରୁଛି।

Scroll to Top