ଭାରତ ହେବ ୨୦୩୦ କମନୱେଲଥ୍ ଗେମର ଆୟୋଜକ! ଖୁସିବ୍ୟକ୍ତ କଲେ ନୀତା ଅମ୍ବାନୀ
Published By: Biswanath – Prameya-News7 Bureau | October 15, 2025 09:41 PM
NEWS7
ମୁମ୍ବାଇ ୧୫।୧୦: କମନୱେଲଥ୍ ଗେମ-୨୦୩୦ର ଆୟୋଜକ ହେବ ଭାରତ। କମନୱେଲଥ୍ ସ୍ପୋର୍ଟସ୍ ଏକଜ୍ୟୁକୁଟିଭ ବୋର୍ଡ ବୁଧବାର ଏହା ପୁଷ୍ଟି କରିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ସେ କମନୱେଲଥ୍ ଗେମ ଆୟୋଜନ ପାଇଁ ଭାରତର ଅହମଦାବାଦ ସହରକୁ ସୁପାରିସ କରିବେ। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନଭେମ୍ବର ୨୬ରେ ଗ୍ଲାସଗୋରେ ହେବାକୁ ଥିବା ଜେନେରାଲ ମିଟିଂରେ ନିଆଯିବ।
ଯଦି ଏହି ଆୟୋଜନ ଦାୟିତ୍ୱ ମିଳେ ତେବେ ଭାରତରେ କମନୱେଲଥ୍ ଖେଳ ଦ୍ୱିତୀୟବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ୨୦୧୦ ମସିହାରେ ଭାରତ କମନୱେଲଥ ଗେମର ଆୟୋଜକ ଥିଲା। କମନୱେଲଥ ଗେମ ୨୦୩୦ରେ ଆୟୋଜନକୁ ନେଇ ରିଲାଏନ୍ସ ଫାଉଣ୍ଡେସନର ସଂସ୍ଥାପକ ଅଧ୍ୟକ୍ଷା ନୀତା ଅମ୍ବାନୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଶତବାର୍ଷିକ କମନୱେଲଥ ଖେଳର ଆୟୋଜନ ଲାଗି ଭାରତକୁ ସୁପାରିସ କରାଯିବା ଏକ ବୈଶ୍ୱିକ ଖେଳ ମହାଶକ୍ତି ରୂପେ ଭାରତର ଯାତ୍ରାରେ ଏକ ଗୌରବପୂର୍ଣ୍ଣ ମାଇଲ ଖୁଣ୍ଟ। ସେ କହିଛନ୍ତି ଯେ ଏହା ଆମ ଭାରତର ଖେଳ ଭାବନା ଓ ପ୍ରତିଭାର ଉତ୍ସବ।
ନୀତା ଅମ୍ବାନୀ କହିଛନ୍ତି ଯେ ଏହି ଐତିହାସିକ ଦାବିଦାରୀରେ ତାଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଅତୁଟ ସମର୍ଥନ ନିମନ୍ତେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦିଙ୍କୁ କୃତଜ୍ଞତା ଜଣାଉଛି। ଏହି କ୍ଷଣ ଅଲିମ୍ପିକ କ୍ରିଡାକୁ ଭାରତ ଆଣିବା ପାଇଁ ଆମର ମିଳିତ ସ୍ୱପ୍ନ ଦିଗରେ ଆଉ ଏକ ପଦକ୍ଷେପ ହେବ। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହା ଭାରତ ପାଇଁ ଅପାର ଖୁସି ଓ ଗୌରବର ଦିନ।




