ସମ୍ବଲପୁର : ଆମେ ଏତେ ଉନ୍ନତ… ଏବେ ଆମେ AI ଯୁଗରେ କହିଲେ ଭୁଲ୍ ହେବନି। କିନ୍ତୁ ଏବେ ଜାତି ଗୋତ୍ର, ଛୁଆଁ ଅଛୁଆଁ ଭେଦ ଭାବ ରହିଛି। ତେବେ ଏଇଟା ନିଜର ବ୍ୟକ୍ତିଗତ ମତ ହୋଇପାରେ । ଏଥିପାଇଁ କାହାର କ୍ଷତି ଦେବା ଓ କାହାକୁ କ୍ଷତି ପହଞ୍ଚାଇବା ଇଏ ତ ସଂପୂର୍ଣ୍ଣ ଭୁଲ । ଏ କଥା ଏଇଠି କହିବାର ଅର୍ଥ ଏମିତି ଏକ ଘଟଣା ଘଟିଛି ଯାହା ଆମକୁ ଏସବୁ ଉପରେ ଆଲୋଚନା ଓ ମନେ ପକାଇ ଦେବାକୁ ବାଧ୍ୟ କରିଛି ଯେ, AI ଯୁଗରେ ବି ଏମିତି ହେଉଛି।
ଘଟଣାଟି କିଛି ଏମିତି, ଅନ୍ୟ ଜାତିରେ ବାହା ହେଲେ ବୋଲି ଶବ ଛୁଇଁଲେନି ପରିବାର ଲୋକେ। ଘଣ୍ଟା ଘଣ୍ଟା ଧରି ଶବ ପଡି ରହିବା ପରେ ସତ୍କାର କରିଛି ସାମାଜିକ ସଂଗଠନ ସମ୍ବଳ। ସମ୍ବଳର ମୁଖ୍ୟ ରାମଦାସ ପଣ୍ଡା ଖବର ପାଇ ମୃତଦେହ କାନ୍ଧ ଦେବା ସହ ସତ୍କାର କରିଛନ୍ତି।
ସୂଚନା ଅନୁସାରେ ସମ୍ବଲପୁର ଧମାଥାନା ବତେମୁରା ପଂଚାୟତ କିର୍ତ୍ତୀପୁର ଗାଁର ସୁଦାମ ଭୋଇ ଅଲଗା ଜାତିରେ ବିବାହ କରିଥିଲେ ।ସୁଦାମଙ୍କ ସ୍ତ୍ରୀଙ୍କ ପୂର୍ବରୁ ମୃତ୍ୟୁ ହୋଇଥିବାବେଳେ ସୁଦାମ ଭୋଇଙ୍କ ଆଜି ସକାଳେ ମୃତ୍ୟୁ ହୋଇଥିଲା।ତେବେ ସୁଦାମ ଅଲଗା ଜାତିରେ ବିବାହ କରିଥିବାରୁ ପରିବାର କିମ୍ବା ଗାଁ ଲୋକେ କେହି ଶବ ଛୁଇଁଲେନି। ଫଳରେ ୬ ଘଣ୍ଟା ଧରି ଶବ ପଡିରହିଥିଲା । ଖବର ପାଇ ସମ୍ବଳ ପରିବାର ପହଂଚି ସମ୍ବଲପୁର ରାଜଘାଟ ଆଣି ଶବ ସତ୍କାର କରିଛି । ମୃତ ସୁଦାମଙ୍କ ୧୩ ବର୍ଷିୟା ଝିଅ ପ୍ରତିମା ଭୋଇ ମୁଖାଗ୍ନୀ ଦେଇଛନ୍ତି । ଏଘଟଣା ଯେତିକି ଦୁଃଖଦାୟକ ସେତିକି ନିନ୍ଦନୀୟ ମଧ୍ୟ।




