ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲ ଅଫିସ୍ ଡାଟା ଏଣ୍ଟ୍ରି ଅପରେଟର, ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ
Published By: Ruby – Prameya-News7 Bureau | October 15, 2025 04:39 PM
NEWS7
ଖୋର୍ଦ୍ଧା ୧୫।୧୦: ବେଗୁନିଆ ତହସିଲ ଅଫିସରେ ଭିଜିଲାନ୍ସ ଚଢ଼ାଉ । ବେଗୁନିଆ ତହସିଲ ଅଫିସର ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଜମି ପଟ୍ଟାର କିଶମ ପରିବର୍ତ୍ତନ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଖୋର୍ଦ୍ଧା ଭିଜିଲାନ୍ସ ।
ବେଗୁନିଆ ଗଡମାଣିତ୍ରୀ ଗ୍ରାମର ଶିଶିର ମଙ୍ଗରାଜଙ୍କ ଜମି ପଟ୍ଟାର କିଶମ ଘରବାଡି କରିବା ନେଇ ବେଗୁନିଆ ତହସିଲ ଅଫିସର ଡାଟା ଏଣ୍ଟ୍ରି ଅପରେଟର ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ଶିଶିର । ଯୋଜନା ମୁତାବକ ସ୍ମୃତି ଜୟସିଂହ ୮ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍ ଦ୍ବାରା ଧରାପଡିଛନ୍ତି । DEO ସ୍ମୃତି ଜୟସିଂହଙ୍କ ଅଫିସ୍ କାର୍ଯ୍ୟାଳୟ ବେଗୁନିଆ ସ୍ଥିତ ବାସଭବନକୁ ରେଡ୍ କରୁଛି ଭିଜିଲାନ୍ସ ବିଭାଗ ।




