ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ମୁଣ୍ଡ ପିଛା ମିଳିପାରେ ୧୦ କିଲୋ ଚାଉଳ

ରାସନ-କାର୍ଡ-ହିତାଧିକାରୀଙ୍କ-ପାଇଁ-ଖୁସି-ଖବର,-ମୁଣ୍ଡ-ପିଛା-ମିଳିପାରେ-୧୦-କିଲୋ-ଚାଉଳ

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ମୁଣ୍ଡ ପିଛା ମିଳିପାରେ ୧୦ କିଲୋ ଚାଉଳ

Published By: Ruby – Prameya-News7 Bureau | October 15, 2025 01:17 PM

NEWS7

Supply Minister

ଭୁବନେଶ୍ବର ୧୫୧୦: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର ମୁଣ୍ଡ ପିଛା ବଢ଼ିପାରେ ଚାଉଳ । ଏଭଳି ସଙ୍କେତ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ରାସନ କାର୍ଡ ହିତାଧିକାରୀଙ୍କୁ ମିଳିପାରେ ଅଧିକ ୫ କିଲୋ ଲେଖାଏଁ ଚାଉଳ । ବର୍ତ୍ତମାନର କିଲୋ ସହ ଅଧିକ କିଲୋ ଚାଉଳ ଦେବାକୁ ସରକାର ଚିନ୍ତା କରୁଛନ୍ତି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି, ଚିନ୍ତା କରାଯାଉଛି, ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।

ରାସନ କାର୍ଡରେ ଥିବା ପ୍ରାୟ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଅଧିକ ଚାଉଳ ଦେବାକୁ ଚିନ୍ତା କରାଯାଉଛି । ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ଅନେକ ଗରିବ ହିତାଧିକାରୀଙ୍କୁ କିଲୋ ଚାଉଳ ପର୍ଯ୍ୟାପ୍ତ ହେଉ ନଥିବାରୁ ଏନେଇ ଚିନ୍ତା କରୁଛି ଯୋଗାଣ ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଫାଇଲ ପଠାଯିବ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ରାଜ୍ୟ ସରକାର ନିଜସ୍ବ ଖର୍ଚ୍ଚରେ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

Scroll to Top