ଚୀନ, ରୁଷ୍‌ ଓ ଇରାନୀ ଗୁପ୍ତଚରଙ୍କ ଠାରୁ ସାବଧାନ ରୁହନ୍ତୁ , ଏହି ଦେଶର ସାଂସଦଙ୍କୁ ଦିଆଗଲା ୱାର୍ଣ୍ଣିଂ

ଚୀନ,-ରୁଷ୍‌-ଓ-ଇରାନୀ-ଗୁପ୍ତଚରଙ୍କ-ଠାରୁ-ସାବଧାନ-ରୁହନ୍ତୁ-,-ଏହି-ଦେଶର-ସାଂସଦଙ୍କୁ-ଦିଆଗଲା-ୱାର୍ଣ୍ଣିଂ

ନୂଆଦିଲ୍ଲୀ- ବ୍ରିଟିଶ ସାଂସଦମାନଙ୍କୁ ଏକ ବଡ଼ ଚେତାବନୀ ଦିଆଯାଇଛି। ବ୍ରିଟିଶର ଗୁଇନ୍ଦା ସଂସ୍ଥା ଏମଆଇ୫,  ସାଂସଦଙ୍କୁ ଏକ ସାର୍ବଜନିକ ଚେତାବନୀ ଦେଇଛି। ଏଥିରେ କୁହାଯାଇଛି ଯେ, ବ୍ରିଟେନର ଗଣତନ୍ତ୍ରକୁ ଦୁର୍ବଳ କରିବାର ଚେଷ୍ଟାରେ ଚୀନ, ରୁଷ୍‌ ଓ ଇରାନର ଗୁପ୍ତଚର ତାଙ୍କୁ ଲଗାତାର ଟାର୍ଗେଟ୍‌ କରୁଛନ୍ତି ଏବଂ ଏହି ସ୍ଥିତିରେ ତାଙ୍କୁ ସାବଧାନ ରହିବାର ଆବଶ୍ୟକ ରହିଛି।

ଉଲ୍ଲେଖନୀୟ ଯେ, ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାରମରଙ୍କ ଦ୍ୱାରା ଚୀନ ସହ ସଂପର୍କ ସୁଧାରିବାର ଚେଷ୍ଟା ସତ୍ତ୍ୱେ , ବ୍ରିଟେନ ଓ ଚୀନ ଅନେକ ଥର ପରସ୍ପର ଉପରେ ଗୁପ୍ତଚର ଅଭିଯୋଗ କରିଆସୁଛନ୍ତି। ସଦ୍ୟତମ ଚେତାବନୀ ଅନୁସାରେ, ଗୁଇନ୍ଦା ସଂସ୍ଥା ଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ, ଏହି ଦେଶ ଗୁଡ଼ିକର ଗୁପ୍ତଚରମାନେ ସାଂସଦ ଏବଂ ସେମାନଙ୍କ କର୍ମଚାରୀଙ୍କ ଠାରୁ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରିପାରନ୍ତି। ସେମାନେ ପ୍ରଭାବ ହାସଲ କରିବା ପାଇଁ ବ୍ଲାକ୍‌ମେଲ୍‌, ଫିସିଂ ଆକ୍ରମଣ କିମ୍ୱା ଆର୍ଥିକ ଦାନ ପ୍ରଦାନ ଭଳି କୌଶଳ ବ୍ୟବହାର କରି ପାରନ୍ତି।

ଏହି ବିପଦକୁ ଦୃଷ୍ଟିରେ ରଖି, ରାଜନେତାମାନଙ୍କୁ ଅନଲାଇନରେ ,ବିଦେଶ ଯାତ୍ରା ସମୟରେ ଏବଂ ବ୍ୟକ୍ତିଗତ ସାକ୍ଷାତ୍‌ ସମୟରେ ସତର୍କତା ଅବଲମ୍ୱନ କରିବାକୁ ପରାମର୍ଶ ଦିଆଯାଇଛି। ଜଣେ ଗୁଇନ୍ଦାଅଧିକାରୀ କେନ୍‌ ମ୍ୟାକ୍କଲମ୍‌  ଫାର୍ଷ୍ଟପୋଷ୍ଟକୁ କହିଛନ୍ତି ଯେ,ସେମାନେ ସାଂସଦଙ୍କୁ ଯେକୌଣସି ଅସ୍ୱାଭାବିକ ସାମାଜିକ ମିଳାମିଳି ଉପରେ ଉପରେ ନଜର ରଖିବାକୁ ଅନୁରୋଧ କରିଛନ୍ତି।

Scroll to Top