F

f

ଅସ୍ତ୍ରଶସ୍ତ୍ର ବଦଳରେ ଲାଗିଲା ମେହେନ୍ଦି। ହତିଆର ଛାଡିଲେ, ହାତଗଣ୍ଠି ପଡିଲା। ଆତ୍ମସମର୍ପଣ ପରେ ପୋଲିସ ଷ୍ଟେସନରେ ମାଓବାଦୀ ଯୋଡିଙ୍କ ବିବାହ। ସମାଜର ମୁଖ୍ୟସ୍ରୋତକୁ ଫେରିଲେ।

author-image

Malkangiri-Maoist-Couple

Malkangiri-Maoist-Couple Photograph: (OTV)

ଯେଉଁ ହାତ ଅସ୍ତ୍ରଶସ୍ତ୍ର ଧରି ମାଓ ଖେଳାଉଥିଲା ଆଜି ସେହି ହାତ ମେହେନ୍ଦିରେ ସଜା ହୋଇଛି। ବେକରେ ବରଣମାଳା ପଡିଛି ଆଉ ପୂରା ଧୂମଧାମ୍ ରେ ହେଉଛି ବାହାଘର। ଆତ୍ମସମର୍ପଣ କରିଥିବା ମାଓବାଦୀ ଯୋଡି ପୋଲିସ ଷ୍ଟେସନ ପରିସରରେ ବିବାହ କରିଛନ୍ତି। ଆଉ ସମାଜର ମୁଖ୍ୟଧାରାକୁ ଫେରିବାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଛତିଶଗଡ଼ମାଓ ପ୍ରଭାବିତ କାଙ୍କେର ଜିଲ୍ଲାର ପାଖଞ୍ଜୁରରୁ ଏପରି ଏକ ଚିତ୍ର ସାମ୍ନାକୁ ଆସିଛି।
ବର, ସାଗର ଡିର୍ଡୋ ଏବଂ କନ୍ୟା, ସଚିଲା ମାଣ୍ଡାଭି। ଦିନେ ଘଞ୍ଚ ଜଙ୍ଗଲରେ ବନ୍ଧୁକର ଧରି ରହୁଥିଲେ, ଏବେ ଜୀବନର ଏକ ନୂଆ ଯାତ୍ରା ଆରମ୍ଭ କରିଛନ୍ତି। ଦିନେ ଖେଳାଉଥିଲେ ଅଶାନ୍ତି ଆଉ ଘୃଣା, ଆଜି ଶାନ୍ତି ଆଉ ପ୍ରେମର ରାସ୍ତା ବାଛିଛନ୍ତି। କିଛି ମାସ ପୂର୍ବରୁ ଉଭୟ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ମାଓବାଦର ଅନ୍ଧାର ଦୁନିଆ ଛାଡି ସେମାନେ ସମାଜକୁ ଫେରିବା ପାଇଁ ସାହସ ଦେଖାଇଥିଲେ। 
ପାଖଞ୍ଜୁର ପୋଲିସ ଷ୍ଟେସନ ସାଜିଥିଲା ବିବାହ ମଣ୍ଡପ। ପାରମ୍ପରିକ ଢୋଲର ତାଳେ ତାଳେ ଉଭୟ ସାତ ଘେରା ବୁଲିଥିଲେ। ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ଆଉ ହୋମ ଅଗ୍ନିକୁ ସାକ୍ଷୀ ରଖି, ସାଗର ଏବଂ ସଚିଲା ପରସ୍ପରର ହାତ ଧରିଛନ୍ତି। ପୋଲିସ ଅଧିକାରୀମାନେ ସେମାନଙ୍କର ବିବାହ କରିଛନ୍ତି। ମାଓ ସଂଘଠନ ପାଇଁ କାମ କରୁଥିବା ସାଗର ଏବଂ ସଚିଲା, ଏବେ ଗୁପ୍ତ ସେବାକାରୀ ଭାବରେ କାର୍ଯ୍ୟ କରୁଛନ୍ତି।
ଏହି ପରିବର୍ତ୍ତନ କେବଳ ସେମାନଙ୍କ ଜୀବନରେ ପରିବର୍ତ୍ତନ ନୁହେଁ ବରଂ ସମଗ୍ର ଅଞ୍ଚଳ ପାଇଁ ଏକ ଆଶାର ବାର୍ତ୍ତା ଆଣିଛି। “ଶାନ୍ତିର ପଥ ଗୁଳିରେ ନୁହେଁ, ବରଂ ପ୍ରେମରେ ଅଛି” ବୋଲି ଏହା ସୂଚାଇଦେଇଛି।

ଅଧିକ ଦେଖନ୍ତୁ:

Scroll to Top