ଅଣଦେଖା ଅଭିଯୋଗ, ଦାବି ପୂରଣ ନହେଲେ ବାଣିଜ୍ୟିକ ଅବରୋଧ କରିବ ଟ୍ରକ ମାଲିକ ସଂଘ

ଅଣଦେଖା-ଅଭିଯୋଗ,-ଦାବି-ପୂରଣ-ନହେଲେ-ବାଣିଜ୍ୟିକ-ଅବରୋଧ-କରିବ-ଟ୍ରକ-ମାଲିକ-ସଂଘ

ଅଣଦେଖା ଅଭିଯୋଗ, ଦାବି ପୂରଣ ନହେଲେ ବାଣିଜ୍ୟିକ ଅବରୋଧ କରିବ ଟ୍ରକ ମାଲିକ ସଂଘ

Published By: Kirti – Prameya-News7 Bureau | October 14, 2025 10:15 AM

NEWS7

truck

ଭଦ୍ରକ ୧୪।୧୦ : ୫ ନିର୍ବାଚନ ମଣ୍ଡଳୀରୁ ଦୁଇ ନିର୍ବାଚନ ମଣ୍ଡଳୀର ଟ୍ରକ ମାଲିକଙ୍କୁ ଅଣଦେଖା ଅଭିଯୋଗ । ଟ୍ରକରେ ମାଲ ପରିବହନ ସୁଯୋଗ ମିଳୁନଥିବାରୁ ବାଣିଜ୍ୟିକ ଅବରୋଧର ଚେତାବନୀ। ଭଦ୍ରକ ଜିଲ୍ଲା ଧାମରା ବନ୍ଦରରୁ ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀର ଟ୍ରକ ମାଲିକମାନେ ପରିବହନ ସୁବିଧାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ଆସିଛି।

ଖବର ଅନୁଯାୟୀ, ଜିଲ୍ଲାରେ ୯ଟି ଟ୍ରକ ଆସୋସିଏସନ ମଧ୍ୟରୁ ମା କାଳିତ୍ରା ଟ୍ରକ ମାଲିକ ସଂଘ ସମେତ ୨ଟି ସଂଘକୁ ପରିବହନ ସୁବିଧା ମିଳୁନାହିଁ । ଦୁଇ ଦୁଇ ଥର ଧାରଣା ପରେ ପ୍ରଶାସନ ପ୍ରତିଶୃତି ଦେଇଥିଲେ । ହେଲେ ଗତ ଶନିବାର ପ୍ରଶାସନ ଓ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟସ୍ଥତାରେ ହୋଇଥିବା ବୈଠକ ବିଫଳ ହୋଇଛି। ପାତରଅନ୍ତର ନୀତିକୁ ଆଉ ବରଦାସ୍ତ କରାଯିବନାହିଁ ବୋଲି ମା କାଳିତ୍ରା ଟ୍ରକ ମାଲିକ ସଂଘ ପକ୍ଷରୁ ପାହିମହୁରା କଲ୍ୟାଣମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।  ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ୩ ଦିନ ମହଲତ ଦିଆଯାଇଛି । ଅନ୍ୟଥା ୧୬ ନମ୍ବର ଜାତୀୟ ରାଜପଥର ଭାଗଡ଼ା-ନାରାୟଣପୁର ଟୋଲଗେଟ୍‌ ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ଦେବାକୁ ସଂଘ ଚେତାବନୀ ଦିଆଯାଇଛି ।

Scroll to Top