ଚୌଦ୍ବାର କାରାଗାରରୁ କଏଦୀ ଫେରାର ଘଟଣା, ବଦଳିଲେ ଜେଲର

ଚୌଦ୍ବାର-କାରାଗାରରୁ-କଏଦୀ-ଫେରାର-ଘଟଣା,-ବଦଳିଲେ-ଜେଲର

ଚୌଦ୍ବାର କାରାଗାରରୁ କଏଦୀ ଫେରାର ଘଟଣା, ବଦଳିଲେ ଜେଲର

Published By: Chikun – Prameya-News7 Bureau | October 13, 2025 08:45 PM

NEWS7

The incident of prisoner fleed from Choudwar Jail, Jailer transferred

ଚୌଦ୍ବାର: ଚୌଦ୍ବାର କାରାଗାରରୁ କଏଦୀ ଫେରାର ଘଟଣା ପରେ ଚୌଦ୍ବାର ଜେଲର ସନ୍ତୋଷିନୀ ଦାସଙ୍କୁ ବଦଳି କରାଯାଇଛି। ସୋମବାର ଏନେଇ ଜେଲ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ସନ୍ତୋଷିନୀ ଦାସଙ୍କୁ କଣ୍ଟାବାଞ୍ଝି ଜେଲକୁ ବଦଳି କରାଯାଇଛି। ଆଉ ତାଙ୍କ ବଦଳରେ ରଘୁରାଜ ମାଝୀଙ୍କୁ ଚୌଦ୍ବାର ଜେଲର ଦାୟିତ୍ବ ଦିଆଯାଇଛି।

ସୂଚନାଥାଉକି, ଅକ୍ଟୋବର ୧ ତାରିଖ ଦିନ ରାଜ୍ୟର ସବୁଠାରୁ ସୁରକ୍ଷିତ ଜେଲରୁ ଫେରାର ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଫେରାର ହୋଇଯାଇଥିଲେ। ଏହି ଦୁଇ ଅପରାଧୀ ହେଉଛନ୍ତି ୨ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ।

ଏମାନଙ୍କୁ ଜାନୁଆରୀ ୪ରେ ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଉଦ୍ୟମ ସହ ଦୁଇ ଜଣଙ୍କୁ ହତ୍ୟା କରି ଫେରାର ହେଉଥିବାବେଳେ ସ୍ଥାନୀୟ ଲୋକେ କାବୁ କରି ପୋଲିସରେ ଜିମା ଦେଇଥିଲେ । ଜାନୁଆରୀ ମାସରେ ଘଟିଥିବା ଘଟଣା ଏବେବି ରହସ୍ୟ ଘେରରେ ଥିବାବେଳେ ମାତ୍ର ୯ ମାସ ପରେ ଦୁଇ ଅପରାଧୀ ଜେଲ ପାଚେରୀ ଡେଇଁ ଫେରାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କଡ଼ା ପହରା ସତ୍ତ୍ବେ ଲୁହା ରଡ କାଟି କମ୍ବଳ ଜରିଆରେ ପାଚେରୀ ଡେଇଁ ଦୁଇ ବିହାରୀ ଅପରାଧି ଫେରାର ମାରିଥିଲେ। ତେବେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା। ବିରୋଧୀ, ବିଜେପିକୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଟାର୍ଗେଟ କରିଥିଲେ।

Scroll to Top