ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ‘ଭୋଟ ଚୋରି’ ଅଭିଯୋଗ ଉପରେ ରୁଜୁ ଜନସ୍ୱାର୍ଥ ମାମଲା ଖାରଜ

ରାହୁଲ-ଗାନ୍ଧିଙ୍କୁ-ସୁପ୍ରିମକୋର୍ଟଙ୍କ-ଝଟକା,-‘ଭୋଟ-ଚୋରି’-ଅଭିଯୋଗ-ଉପରେ-ରୁଜୁ-ଜନସ୍ୱାର୍ଥ-ମାମଲା-ଖାରଜ

ନୂଆଦିଲ୍ଲୀ ୧୩।୧୦: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଦ୍ୱାରା ଆଗତ ‘ଭୋଟ ଚୋରି’ ଅଭିଯୋଗର ତଦନ୍ତ ନିମନ୍ତେ ରୁଜୁ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଅଗ୍ରାହ୍ୟ ହୋଇଯାଇଛି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏପରି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶର ଦେବାର ଅଧିକାର ନ୍ୟାୟପାଳିକାଙ୍କର ନାହିଁ, ବରଂ ଏହା ନିର୍ବାଚନ କମିଶନ (ଇସି)ଙ୍କ ଅଧିକାର କ୍ଷେତ୍ରର ବୋଲି କହିଛନ୍ତି।  

ଉଲ୍ଲେଖଯୋଗ୍ୟ ଯେ ଆଡଭୋକେଟ ରୋହିତ ପାଣ୍ଡେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ଏହି ଆବେଦନରେ ଗତ ଲୋକସଭା ନିର୍ବାଚନ କାଳରେ ରାହୁଲ ଗାନ୍ଧିଙ୍କ ଦ୍ୱାରା ଦିଆଯାଇଥିବା ବୟାନ, ଯେଉଁଥିରେ ସେ ଭୋଟ ଚୋରିର ଆରୋପ ଲଗାଇଥିଲେ ତାର ଯାଞ୍ଚ ନିମନ୍ତେ ଏକ ବିଶେଷ ଯାଞ୍ଚ ଦଳ (ଏସଆଇଟି) ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲା ବାଗଚୀଙ୍କ ଦୁଇ ସଦସୀୟ ବେଞ୍ଚ  ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି।

ବେଞ୍ଚ ଆବେଦନକାରୀଙ୍କୁ ଇସିଆଇଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟା ଅଥବା ପରିଣାମ ସମ୍ପର୍କିତ ଅଭିଯୋଗର ଯାଞ୍ଚ ଅଧିକାର କେବଳ ନିର୍ବାଚନ ଆୟୋଗଙ୍କର ଓ ଏଥିରେ ନ୍ୟାୟପାଳିକା ସିଧା ହସ୍ତକ୍ଷେପ କରିପାରିବେ ନାହିଁ। ସୁପ୍ରିମକୋର୍ଟ ଆବେଦନକାରୀଙ୍କ ତର୍କ ଶୁଣିବା ପରେ କହିଛନ୍ତି ଯେ ଏହି ମାମଲା ଜନସ୍ୱାର୍ଥ ଆବେଦନ ଲାଗି ଉଚିତ ନୁହେଁ ଓ ଏହାକୁ ଖାରଜ କରାଯାଉଛି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ସହିତ ଭୋଟ ଚୋରି ଅଭିଯୋଗକୁ ନେଇ ରାହୁଲ ଗାନ୍ଧିଙ୍କ ଏସଆଇଟି ଯାଞ୍ଚ ଦାବି ଉପରେ ରୋକ ଲାଗିଛି।  

Scroll to Top