O

o

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପଞ୍ଚମ ଅଭିଯୁକ୍ତକୁ ଗିରଫ କଲା ଦୁର୍ଗାପୁର ପୋଲିସ। ପଞ୍ଚମ ଅଭିଯୁକ୍ତ ହେଲା ସୈଫିନ୍ ଉଲ୍ । ଗତକାଲି ଗିରଫ ହୋଇଥିଲେ ୪ ଅଭିଯୁକ୍ତ । ସେମାନଙ୍କୁ ରିମାଣ୍ଡରେ ନେଇ ପୋଲିସ ଘନଘନ ଜେରା କରୁଛି ।

author-image

Gangrape

Gangrape Photograph: (OTV)

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପଞ୍ଚମ ଅଭିଯୁକ୍ତକୁ ଗିରଫ କଲା ଦୁର୍ଗାପୁର ପୋଲିସ। ପଞ୍ଚମ ଅଭିଯୁକ୍ତ ହେଲା ସୈଫିନ୍ ଉଲ୍ । ଗତକାଲି ଗିରଫ ହୋଇଥିଲେ ୪ ଅଭିଯୁକ୍ତ । ସେମାନଙ୍କୁ ରିମାଣ୍ଡରେ ନେଇ ପୋଲିସ ଘନଘନ ଜେରା କରୁଛି । ମାମଲାରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ସେନେଇ ଚାଲିଛି ଛାନଭିନ ।

ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ୍ ମଧ୍ୟ ଆଜି ଘଟଣାସ୍ଥଳକୁ ଯାଉଛନ୍ତି। ପଶ୍ଚିମବଙ୍ଗ ରାଜ୍ୟପାଳ ଦୁର୍ଗାପୁର ଯାଇ ପୀଡ଼ିତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ପୀଡ଼ିତାଙ୍କୁ ଭେଟିବା ପରେ ହିଁ ଯାଇ ଘଟଣା ସହ ଅବଗତ ହେବେ କହିଛନ୍ତି ରାଜ୍ୟପାଳ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ପଶ୍ଚମବଙ୍ଗ ରାଜ୍ୟପାଳ।… 

ଝିଅମାନେ ରାତିରେ ବାହାରକୁ ଯିବା ଉଚିତ୍ ନୁହେଁ’ ବୋଲି ମମତା ବାନାର୍ଜୀ ଦେଇଥିବା ମନ୍ତବ୍ୟକୁ ସେ ନିନ୍ଦା କରିଛନ୍ତି। ମମତାଙ୍କ ଶାସନରେ ଚାଲିଥିବା ଅରାଜକତାର ଏହା ପ୍ରମାଣ। ମହିଳାଙ୍କୁ ସର୍ବଦା ଦୋଷାରୋପ କରି ମମତା ଖସିବାକୁ ଚେଷ୍ଟା କରି ଆସିଛନ୍ତି। ରେପ୍ କୁ ଜଷ୍ଟିଫାଏ କରିବା ବନ୍ଦ କରି ମମତା ଜଷ୍ଟିସ ଦିଅନ୍ତୁ ବୋଲି ବାଂଶୁରୀ ସ୍ବରାଜ କହିଛନ୍ତି।…

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବିୟ ବି ‘ଏକ୍ସ’ରେ ପୋଷ୍ଟ କରି ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ଏହି ମାମଲାରେ ତଥ୍ୟକୁ ବିକୃତ କରିଛନ୍ତି। ସେ କହିଥିଲେ ଯେ ପୀଡିତା ରାତି ସାଢ଼େ ୧୨ଟରେ କ୍ୟାମ୍ପସରୁ ବାହାରକୁ ଯାଇଥିଲେ। କିନ୍ତୁ IQ ସିଟି ମେଡିକାଲ କଲେଜ ଏବଂ ହସ୍ପିଟାଲର ସରକାରୀ ରେକର୍ଡ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଓଡିଆ ଛାତ୍ରୀଜଣକ ରାତି ୮ ଟାରେ କଲେଜ କ୍ୟାମ୍ପସ ଛାଡିଥିଲେ। ଯେଉଁ ସମୟରେ ସାଧାରଣତଃ କଟକଣା ନଥାଏ।

ପୀଡିତାଙ୍କ ବାହାରକୁ ଯିବା ସମୟ ବିଷୟରେ ଦିଦି ଭୁଲ୍ ତଥ୍ୟ ଦେଇ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି। ମମତା ବାନାର୍ଜୀ ଜଣେ ମୁଖ୍ୟମନ୍ତ୍ରୀ ଭାବେ କିଛି ବି ବୟାନ ଦେବା ଆଗରୁ ଠିକ୍ ମନ୍ତବ୍ୟ ଦିଅନ୍ତୁ ବୋଲି ନିଜ ଏକ୍ସ ପୋଷ୍ଟରେ କହିଛନ୍ତି ଅମିତ ମାଲବିୟ।

Scroll to Top