UPSC ପ୍ରସ୍ତୁତି କରୁଥିବା ଯୁବକଙ୍କ ଦିଲ୍ଲୀ ଛାଡି ଯିବାର ଇମୋସନାଲ ପୋଷ୍ଟ ଭାଇରାଲ , ଲୋକେ ପଢି ହେଲେ ଭାବପ୍ରବଣ

upsc-ପ୍ରସ୍ତୁତି-କରୁଥିବା-ଯୁବକଙ୍କ-ଦିଲ୍ଲୀ-ଛାଡି-ଯିବାର-ଇମୋସନାଲ-ପୋଷ୍ଟ-ଭାଇରାଲ-,-ଲୋକେ-ପଢି-ହେଲେ-ଭାବପ୍ରବଣ

ନୂଆଦିଲ୍ଲୀ : ଦିଲ୍ଲୀ ଛାଡ଼ିବା ପୂର୍ବରୁ ଜଣେ ଯୁବକଙ୍କ ଦ୍ୱାରା ଲେଖା ଯାଇଥିବା ଫେୟାରୱେଲ୍‌ ପୋଷ୍ଟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହୋଇଛି। ଏହି ପୋଷ୍ଟରେ ଯୁବକ ଜଣକ ନିଜର ୧୫ ମାସର ଦିଲ୍ଲୀ ରହଣୀକୁ ମନେପକାଇ କହିଛନ୍ତି ଯେ,ଏହି ସହର କେମିତି ତାଙ୍କୁ ଭାଙ୍ଗି ଥିଲା, ଗଢିଥିଲା ଆଉ ତାଙ୍କୁ ପରିବର୍ତ୍ତନ ମଧ୍ୟ କରି ଦେଇ ଥିଲା।

ପୋଷ୍ଟଟି ସେୟାର କରିଥିବା ଶୁଭ ନାମକ ଯୁବକ ଲେଖିଛନ୍ତି- ୧୫ ମାସ ଏଠାରେ ବିତେଇବା ପରେ ଅଜବ ଲାଗୁଛି ଯେ, ଦେଢ ବର୍ଷର ଜୀବନର କିଛି ମୁହୂର୍ତ୍ତର ସ୍ମୃତିକୁ ସୁଟକେସ୍‌ରେ ଭର୍ତ୍ତି କରି ନେଇଯାଉଛି…ଯେମିତି ରଣବୀର କପୁର କୌଣସି ବିବାହର କ୍ଲାଇମେକ୍ସ ଦୃଶ୍ୟରେ ଦୂରକୁ ଚାଲି ଯାଆନ୍ତି।

goodbye delhi <3

after spending 15 months here, it feels so strange to just pack up my last one and a half years into a few suitcases and leave like ranbir kapoor walking away from weddings in climax scene. last july, i shifted to this city for upsc coaching, just like… pic.twitter.com/dK1HBOQkV2

— Shubh (@kadaipaneeeer) October 12, 2025

ଶୁଭ କହିଛନ୍ତି ଯେ, ସେ ଗତ ବର୍ଷ ୟୁପିଏସ୍‌ସିର ପ୍ରସ୍ତୁତି ପାଇଁ ଦିଲ୍ଲୀ ଆସି ଥିଲେ। ନିଜର ପୋଷ୍ଟରେ ସେ ଲେଖିଛନ୍ତି ଯେ, ମୁଁ ସର୍ବଦା ଏକ ଏମିତି ପିଲା ଭାବେ ରହିଛି , ଯିଏ ବୋଧହୁଏ ନିଜ ସହର ଠାରୁ ବାହାରକୁ ଯାଇଥିବ। କିନ୍ତୁ ଏହି ଥର କିଛି ଭିନ୍ନ କରିବାର ଇଚ୍ଛା ଥିଲା। ସେହି ସହରରେ ଜିଇଁବାକୁ, ଯିଏ କେବେ ବାହାରେ ରହି ନଥାଏ।

ଶୁଭ ଲେଖିଛନ୍ତି ଯେ, ଦିଲ୍ଲୀ ସମସ୍ତଙ୍କୁ ଅଲଗା ପ୍ରକାରର କାହାଣୀ ଦେଇଥାଏ। କାହାକୁ ଏମିତି ଯନ୍ତ୍ରଣା ଯାହା ଭୁଲି ପାରନ୍ତି ନାହିଁ, କାହାକୁ ଏମିତି ବନ୍ଧୁତା ଯିଏ ଜୀବନ ସାରା ରହି ଯାଆନ୍ତି ଏବଂ କେତେକ ଲୋକ କେବଳ ଭାବନ୍ତି ଯେ, ସେମାନେ କୌଣସି ପ୍ରକାରରେ ବଞ୍ଚି ରହି ନିଜକୁ ସାବ୍ୟସ୍ତ କରିଛନ୍ତି। ସେ ଆହୁରି ଲେଖିଛନ୍ତି ,ଏହି ସହର ଆପଣଙ୍କୁ ଜଳାଏ ଏବଂ ଶିକ୍ଷା ମଧ୍ୟ ଦିଏ। ଏହା ମେ ମାସର ଖରାରେ ଜାଳି ଥାଏ , ଜାନୁଆରୀର ଥଣ୍ଡାରେ ଥରାଇ ଦିଏ , କିନ୍ତୁ ସମୟାନୁସାରେ ଏହା ତୁମର ହୃଦୟରେ ଏକ ସ୍ଥାନ ସୃଷ୍ଟି କରିଦିଏ।

ଶୁଭ କହିଛନ୍ତି ଯେ, ଦିଲ୍ଲୀରେ ରହି ସେ ଖର୍ଚ୍ଚ ବହନ କରିବା , ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଜୀବନର ସମସ୍ୟାରୁ ବର୍ତ୍ତିବା ଶିଖିଛି। ସେ ଲେଖିଛନ୍ତି ଯେ, ଏହି ବର୍ଷ ସହଜ ନଥିଲା – ମାନସିକ , ଶାରୀରିକ ଓ ଭାବନାତ୍ମକ ଭାବେ ଅନେକ ଥର ବହୁତ କିଛି ଭାଙ୍ଗି ଯାଇଛି, କିନ୍ତୁ ସେହି ଭାଙ୍ଗିବାରେ ଧିରେ ଧିରେ ଆଗକୁ ବଢିଛି, ହୁଏତ ମୁଁ ଏହାକୁ ଦେଖିନାହିଁ , ହେଲେ ନିଶ୍ଚିତ ଭାବେ ପରିବର୍ତ୍ତନ ହୋଇଛି। ସେ ଆହୁରି ଲେଖିଛନ୍ତି ,ଗତ ମାସରେ ଅନୁଭବ କରିଥିଲେ ଯେ ,ତାଙ୍କର କ୍ଲାନ୍ତି ଶୀର୍ଷରେ ପହଞ୍ଚିଛି। ସେ ଘରକୁ ଫେରିବା ଜରୁରୀ । ପଳାୟନ ପାଇଁ ନୁହେଁ , ବରଂ ନିଜକୁ ପୁନଃ ସଂଯୋଗ କରିବା ପାଇଁ।

ଶେଷରେ ଶୁଭ ଲେଖିଛନ୍ତି , ବୋଧହୁଏ ଦିନେ ପୁଣି ଏହି ସହରକୁ ଫେରିବି । ସେହି ଛୋଲି ଭଟୁରେ ଖାଇବା , ସେହି ଗଳିରେ ବିନା କାରଣରେ ବୁଲିବା କିମ୍ୱା ସେହି ଲୋକଙ୍କୁ ଭେଟିବା ଯେଉଁମାନେ ଦିଲ୍ଲୀକୁ ଘର ଭଳି କରିଦେଇ ଥିଲେ, କିନ୍ତୁ ଏବେ ସମୟ ରହିବାକୁ, ନିଜକୁ ସଜାଡିବାକୁ ଏବଂ ଆଗକୁ ବଢିବାକୁ।

Scroll to Top