ବିହାର ବିଧାନସଭା ପାଇଁ NDAରେ ଆସନ ବୁଝାମଣା, ୧୦୧-୧୦୧ ଆସନରେ ଲଢିବେ ବିଜେପି-ଜେଡିୟୁ

ବିହାର-ବିଧାନସଭା-ପାଇଁ-ndaରେ-ଆସନ-ବୁଝାମଣା,-୧୦୧-୧୦୧-ଆସନରେ-ଲଢିବେ-ବିଜେପି-ଜେଡିୟୁ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏରେ ଆସନ ବୁଝାମଣା ହୋଇଛି । ଭାରତୀୟ ଜନତା ପାର୍ଟି ଏବଂ ଜନତା ଦଳ (ୟୁନାଇଟେଡ୍), ୧୦୧ ଲେଖାଏଁ ଆସନରେ ଲଢ଼ିବେ । ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)କୁ ୨୯ ଆସନ ଦିଆଯାଇଛି । ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାକୁ ଛଅଟି ଆସନ ଦିଆଯାଇଛି । ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ମଧ୍ୟ ଛଅଟି ଆସନରେ ଲଢ଼ିବ । ବିହାର ବିଧାନସଭା ପାଇଁ ବିଜେପିର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତି ।

हम एनडीए के साथियों ने सौहार्दपूर्ण वातावरण में सीटों का वितरण पूर्ण किया।

BJP – 101
JDU – 101
LJP (R) – 29
RLM – 06
HAM – 06

एनडीए के सभी दलों के कार्यकर्ता और नेता इसका हर्षपूर्वक स्वागत करते हैं।

बिहार है तैयार,
फिर से एनडीए सरकार।#NDA4Bihar ✌️

— Dharmendra Pradhan (@dpradhanbjp) October 12, 2025

ବିଜେପି ୧୦୧ ଆସନ

ଜେଡିୟୁ୧୦୧ ଆସନ

 ଏଲଜେପି (ରାମ ବିଳାସ) ୨୯ ଆସନ

 ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା୦୬ ଆସନ

ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା୦୬ ଆସନ

ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏକ୍ସରେ ଲେଖିଛନ୍ତି, “ସଂଗଠିତ ଏବଂ ସମର୍ପିତ NDA… ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ, ଏନଡିଏ ପରିବାରର ସମସ୍ତ ସଦସ୍ୟ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାରସ୍ପରିକ ସହମତିରେ ଆସନ ବଣ୍ଟନ କରିଛନ୍ତି ।” ଏହାରି ଭିତରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ନିର୍ବାଚନ ପାଇଁ ସିଇସି ବୈଠକରେ ଯୋଗଦେବା ଲାଗି ବିଜେପି ମୁଖ୍ୟାଳୟରେ ପହଞ୍ଚିଛନ୍ତି । 

#WATCH | Delhi: Inside visuals of the CEC meeting at the BJP headquarters on #BiharElections2025 pic.twitter.com/d9jr0nuZFP

— ANI (@ANI) October 12, 2025

ଏଲଜେପି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନ ଏନଡିଏ ଆସନ ବୁଝାମଣା ଉପରେ କହିଛନ୍ତି, “ଏନଡିଏ ପରିବାର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ଶେଷ କରିଛି । ବିହାର ପ୍ରସ୍ତୁତ – ପୁଣି ଥରେ ଏନଡିଏ ସରକାର ।

Scroll to Top