ନୂଆଦିଲ୍ଲୀ: ୟୁପିଏ ସରକାରରେ ଗୃହ ଏବଂ ଅର୍ଥ ମନ୍ତ୍ରୀ ଥିବା ପି.ଚିଦାମ୍ୱରମ୍ ୧୯୮୪ରେ ଇନ୍ଦିରା ଗାନ୍ଧୀ ସରକାର ଦ୍ୱାରା କରାଯାଇଥିବା ଅପରେସନ ବ୍ଲୁ ଷ୍ଟାରକୁ ସମାଲୋଚନା କରିଛନ୍ତି । ଏହାସହ ଏହି ଅପରେସନ ଭୁଲ ପ୍ରକ୍ରିୟାରେ କରାଯାଇଥିଲା ବୋଲି କହିଛନ୍ତି । ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିର ଗାନ୍ଧୀଙ୍କୁ ନିଜ ଜୀବନ ଦେଇ ଏହି ଭୁଲ ମୂଲ୍ୟ ଦେବାକୁ ପଡ଼ିଥିଲା । ଶନିବାର ଖୁଶୱନ୍ତ ସିଂହ ସାହିତ୍ୟ ମହୋତ୍ସବ ୨୦୨୫ରେ ମତ ରଖି କଂଗ୍ରେସ ନେତା କହିଛନ୍ତି ଯେ ଶିଖ ପୂଜା ସ୍ଥଳରୁ ସେନାକୁ ବାହାରେ ରଖି ସ୍ୱର୍ଣ୍ଣ ମନ୍ଦିରକୁ ପୁନଃ ହାସଲ କରିବା ପାଇଁ ଅପରେସନ ବ୍ଲାକ୍ ଥଣ୍ଡର୍ ହିଁ ସଠିକ୍ ପ୍ରକ୍ରିୟା ଥିଲା ।
ପି.ଚିଦାମ୍ୱରମ କହିଛନ୍ତି ଯେ ୧୯୮୪ ଜୁନର ଅପରସେନ ବ୍ଲୁ ଷ୍ଟାର ସେନା, ପୋଲିସ, ଗୁଇନ୍ଦା ଓ ସିଭିଲ୍ ସେବାର ଏକ ମିଳିତ ନିଷ୍ପତ୍ତି ଥିଲା । ଏଠାରେ କୌଣସି ବି ସୈନ୍ୟ ଅଧିକାରୀଙ୍କ କୌଣସି ପ୍ରକାର ଅପମାନ କରାଯାଉ ନାହିଁ, କିନ୍ତୁ ତାହା (ବ୍ଲୁ ଷ୍ଟାର) ସ୍ୱର୍ଣ୍ଣ ମନ୍ଦିରକୁ ପୁନଃ ହାସଲ କରିବାର ଭୁଲ ବାଟ ଥିଲା । କିଛି ବର୍ଷ ପରେ, ଆମେ ସେନାକୁ ବାହାରେ ରଖି ସ୍ୱର୍ଣ୍ଣ ମନ୍ଦିରକୁ ପୁନଃ ପ୍ରାପ୍ତ କରିବାର ସଠିକ୍ ବାଟ ଦେଖାଇଥିଲୁ ।
#WATCH | Kasauli, Solan, HP: Former Home Minister and Congress leader P Chidambaram says, “… No disrespect to any military officers here, but that (Blue Star) was the wrong way to retrieve the Golden Temple. A few years later, we showed the right way to retrieve the Golden… pic.twitter.com/QpFJEGYNQQ
— ANI (@ANI) October 12, 2025
ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଆପଣ ଏଥିପାଇଁ କେବଳ ଇନ୍ଦିରା ଗାନ୍ଧୀଙ୍କୁ ଦୋଷୀ କହିପାରିବା ନାହିଁ । ଚିଦାମ୍ବରମ ଲେଖିକା ହରିନ୍ଦର ବାୱେଜାଙ୍କ ସହିତ “ଦେ ୱିଲ୍ ସୁଟ୍ ୟୁ, ମ୍ୟାଡାମ୍: ମାଇ ଲାଇଫ୍ ଥ୍ରୁ କନଫ୍ଲିକ୍ଟ” ଉପରେ ଆଲୋଚନା ସମୟରେ ଏକ ସମାବେଶକୁ ସମ୍ବୋଧିତ କରୁଥିଲେ । ଅପରେସନ୍ ବ୍ଲୁ ଷ୍ଟାର ୧୦ ଦିନିଆ ସାମରିକ ଅଭିଯାନ ଥିଲା ଯାହା ୧୯୮୪ ମସିହା ଜୁନ୍ ୧ରୁ ଜୁନ ୧୦, ପର୍ଯ୍ୟନ୍ତ ଚାଲିଥିଲା । ୬ ଜୁନରେ ପଞ୍ଜାବରେ ଜେନେରାଲ୍ ସିଂହ ଭିଣ୍ଡାରୱାଲେ ନେତୃତ୍ୱରେ ଶିଖ୍ ବିଦ୍ରୋହକୁ ଦମନ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଭାରତୀୟ ସେନା ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରିଥିଲା ।
ସରକାରଙ୍କ ପାଖରେ ଖବର ଥିଲା ଯେ ଭିଣ୍ଡରାବାଲେ ସ୍ୱର୍ଣ୍ଣ ମନ୍ଦିର ପରିସରରେ ପ୍ରଚୁର ମାତ୍ରାରେ ହତିଆର ଲୁଚାଇ ରଖିଥିଲା । ଭିଣ୍ଡରାବାଲେ କଟ୍ଟରପନ୍ଥୀ ଶିଖ୍ ସଂଗଠନ ଦମଦମୀ ଟକସାଲର ପ୍ରମୁଖ ଥିଲା । ୧୯୮୪ରେ ସ୍ୱର୍ଣ୍ଣ ମନ୍ଦିର ପରିସରରେ ଉଗ୍ରବାଦୀଙ୍କୁ ବାହାର କରିବା ପାଇଁ ଭାରତୀୟ ସେନା ଦ୍ୱାରା ଅପରେସନ ବ୍ଲୁ ଷ୍ଟାର ଚଲାଯାଇଥିଲା । ସେନା ଅପରେସନରେ ଭିଣ୍ଡରାବାଲେ ନିଜର ସଶସ୍ତ୍ର ଅନୁଗାମୀଙ୍କ ସହ ନିହତ ହୋଇଥିଲା । ଏହି ଅପରେସନକୁ ସେହି ସମୟରେ ବେଶ ସମାଲୋଚନା କରାଯାଇଥିଲା । କିଛି ମାସ ପରେ ୧୯୮୪ ଅକ୍ଟୋବର ୩୧ରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଦୁଇ ଶିଖ୍ ଅଙ୍ଗରକ୍ଷକ ଗୁଳି କରି ହତ୍ୟା କରିଥିଲେ । ବେଅନ୍ତ ସିଂହ ଓ ସତୱନ୍ତ ସିଂହ ଏହି ଘଟଣାରେ ସାମିଲ ଥିଲେ ।




