A

a

କୁହନ୍ତି ତାଳି ମିଳିଲେ କଳାକାର ଜୀବନ ସାର୍ଥକ ହୋଇଯାଏ । କିନ୍ତୁ ଗାଳି ବି ବେଳେବେଳେ ସାର୍ଥକତାର ପରିଚୟ ଦିଏ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗାଁରେ ।

author-image

jatra

jatra Photograph: (OTV)

କୁହନ୍ତି ତାଳି ମିଳିଲେ କଳାକାର ଜୀବନ ସାର୍ଥକ ହୋଇଯାଏ । କିନ୍ତୁ ଗାଳି ବି ବେଳେବେଳେ ସାର୍ଥକତାର ପରିଚୟ ଦିଏ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗାଁରେ । ଜୀବନ୍ତ ଅଭିନୟକୁ ତାଳି ନୁହେଁ, ବୋତଲ ମାଡ଼ କରି ସାର୍ଟିଫିକେଟ୍ ଦେଇଛନ୍ତି ଦର୍ଶକ । ମାଆ ଆଉ ପୁଅଙ୍କର ଅଭିନୟ ଏତେ ମର୍ମସ୍ପର୍ଶୀ ଥିଲା ଯେ, କୋହ ରୋକି ପାରିନଥିଲେ ଦର୍ଶକ । ମଞ୍ଚ ଅଭିନୟକୁ ସତ ଭାବି ରାଗରେ ନାୟକଙ୍କ ଉପରକୁ ବୋତଲ ଫିଙ୍ଗିଥିଲେ । କିଆକଟା ଗାଁରେ ଲକ୍ଷ୍ମୀ ପୂଜା ଅବସରରେ ନାଟକ ଅଧା ରାତିର ସାଥୀ ମଞ୍ଚସ୍ଥ ହେଉଥିଲା । ଏକ ଦୃଶ୍ୟରେ ନାୟକ ପ୍ରରୋଚିତ ହୋଇ ନିଜ ମାଆଙ୍କୁ ବୃଦ୍ଧାଶ୍ରମକୁ ଟାଣିଟାଣି ନେଉଥିଲେ । ଏହି ଅଭିନୟରେ ବିଭୋର ହୋଇ ଏହାକୁ ସତ ମାନିନେଇଥିଲେ ଦର୍ଶକ । ରାଗରେ ନାୟକଙ୍କ ଉପରକୁ ବୋତଲ ଫିଙ୍ଗିବାକୁ ବି ପଛାଇନଥିଲେ । ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । 

ବିଭୋର କଲା ଜୀବନ୍ତ ଅଭିନୟ
କଳାକାରଙ୍କ ଉପରେ ତାଳି ନୁହେଁ, ବର୍ଷିଲା ଗାଳି
ସତ ଭାବି କଳାକାରଙ୍କ ଉପରକୁ ପାଣି ବୋତଲ ମାଡ଼
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗାଁର ଘଟଣା

Scroll to Top