ବଡ଼ଧରଣର ଅଘଟଣ, ଦୋକାନ ଭିତରକୁ ପଶିଗଲା ଟ୍ରକ

ବଡ଼ଧରଣର-ଅଘଟଣ,-ଦୋକାନ-ଭିତରକୁ-ପଶିଗଲା-ଟ୍ରକ

ବଡ଼ଧରଣର ଅଘଟଣ, ଦୋକାନ ଭିତରକୁ ପଶିଗଲା ଟ୍ରକ

Published By: Kirti – Prameya-News7 Bureau | October 12, 2025 08:34 AM

NEWS7

bolangir

ବଲାଙ୍ଗୀର ୧୨।୧୦ : ଦୋକାନ ଭିତରକୁ ପଶିଲା ଟ୍ରକ। ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ଗାନ୍ଧୀନଗର ପଡା ଫିସରି ଅଫିସ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା।

ଖବର ଅନୁଯାୟୀ, ଏକ ଟ୍ରକ ଦ୍ରୁତ ଗତିରେ ଆସି ରାସ୍ତା କଡ଼ ଦୋକାନ ଭିତରକୁ ପଶିଯାଇଛି। ଘଟଣାସ୍ଥଳରେ ଥିବା ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ରାସ୍ତା କଡରେ ଥିବା ଦୁଇଟି ଗାଈ ଉପରେ ଚଢିଯାଇଥିଲା ଟ୍ରକ । ଫଳରେ ଗୋଟିଏ ଗାଈର ମୃତ୍ୟୁ ହେବା ସହ ଅନ୍ୟ ଏକ ଗାଈ ଗୁରୁତର ହୋଇଛି। ଗୁରୁତର ଟ୍ରକ୍ ଡ୍ରାଇଭରଙ୍କୁ ଉଦ୍ଧାର କରି ପୋଲିସ ଭୀମଭୋଇ ମେଡିକାଲକୁ ପଠାଇଛି। ନିଶାଶକ୍ତ ଅବସ୍ଥାରେ ଗାଡିଚଳାଉ ଥିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି। ରାସ୍ତାରେ ବୁଲା ଗାଈଗୋରୁଙ୍କ ବେକରେ ଗତକାଲି ରେଡିୟମ ଷ୍ଟିକର ବେଲ୍ଟ ବନ୍ଧାଯାଇଥିଲା , ହେଲେ ସେସବୁ ବେଲ୍ଟ କେହି ଖୋଲିଦେଇଥିଲା । ଫଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

Scroll to Top