ପୁରନ କୁମାର ଆତ୍ମହତ୍ୟା ଘଟଣା: ପଦବୀରୁ ହଟିଲେ ରୋହତକ ଏସ୍‌ପି, ମୁଖ୍ୟମନ୍ତ୍ରୀ କହିଲେ, କାହାକୁ ଛଡ଼ାଯିବନି

ପୁରନ-କୁମାର-ଆତ୍ମହତ୍ୟା-ଘଟଣା:-ପଦବୀରୁ-ହଟିଲେ-ରୋହତକ-ଏସ୍‌ପି,-ମୁଖ୍ୟମନ୍ତ୍ରୀ-କହିଲେ,-କାହାକୁ-ଛଡ଼ାଯିବନି

ଚଣ୍ଡିଗଡ଼: ହରିଆଣାର ଆଇପିଏସ ଅଫିସର ପୁରନ କୁମାରଙ୍କର ଆତ୍ମହତ୍ୟା ଘଟଣାରେ ଶନିବାର ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ପୁରନଙ୍କ ପତ୍ନୀ କରିଥିବା ଏଫ୍ଆଇଆର୍‌ରେ ନାଁ ଥିବାରୁ ରୋହତକ ବରିଷ୍ଠ ପୁଲିସ ଅଧିକାରୀ ଏସ୍‌ପି ନରେନ୍ଦ୍ର ବିଜର୍ଣ୍ଣିୟାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରିନ୍ଦର ସିଂହ ଭୋରିଆଙ୍କୁ ରୋହତକର ଏସପି ଭାବରେ ନିଯୁକ୍ତି ଦିଆଯାଇଛି। ତେବେ ବିଜର୍ଣ୍ଣିଆଙ୍କୁ ଏପର୍ଯ୍ୟନ୍ତ କୌଣସି ପଦବୀ ଦିଆଯାଇ ନାହିଁ।

ପୁରନ କୁମାରଙ୍କ ପତ୍ନୀ, ଆଇଏଏସ୍ ଅଧିକାରୀ ଅମନୀତ ପୁରନ କୁମାର ସ୍ୱାମୀ ହତ୍ୟା ଘଟଣାରେ ଥାନାରେ ମାମଲା କରିଥିଲେ। ହଇରାଣ ଏବଂ ଉସ୍‌କାଇବା ଅଭିଯୋଗ କରି ହରିୟାଣା ଡିଜିପି ଶତ୍ରୁଜିତ କପୁର, ରୋହତକ ଏସଏସପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ନାଁରେ ସେ ଏତଲା ଦେଇଥିଲେ। ଏହାପରେ ରୋହତକ ଏସ୍‌ପିଙ୍କୁ ହଟାଇ ଦିଆଯାଇଛି।

ଅମନୀତ ତାଙ୍କ ଅଭିଯୋଗରେ ଆତ୍ମହତ୍ୟା ନୋଟରେ ତାଙ୍କ ସ୍ୱାମୀ ଲେଖିଯାଇଥିବା ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର ଏବଂ ଗିରଫଦାରୀ ଦାବି କରିଛନ୍ତି। ଏଥିସହିତ ସେ ତାଙ୍କ ପରିବାରର ସୁରକ୍ଷା ଏବଂ ସେମାନଙ୍କ ଅଧିକାର ସୁରକ୍ଷା ମଧ୍ୟ ଦାବି କରିଛନ୍ତିଅମନୀତଙ୍କ ଅଭିଯୋଗ ପରେ, ୧୩ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି

ଇତିମଧ୍ୟରେ ଘଟଣାରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ନୟାବ ସିଂହ ସାଇନି। ନ୍ୟାୟ ନିଶ୍ଚିତ ହେବ। ସେମାନେ ଯେତେ ବଡ଼ ପ୍ରଭାବୀ ବ୍ୟକ୍ତିତ୍ୱ ହୋଇଥାନ୍ତୁ ନା କାହିଁକି ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ତାଙ୍କ ସରକାର ଘଟଣାର ତଦନ୍ତ କରୁଛନ୍ତି। ଯଦି କେହି କାହାକୁ ବି ହଇରାଣ କରୁଥାନ୍ତି ତାଙ୍କୁ କ୍ଷମା କରାଯିବ ନାହିଁ। ଯଦି ପରିବାର ସହିତ କୌଣସି ଅନ୍ୟାୟ ହୋଇଛି ତେବେ ଆମ ସରକାର ତାକୁ ନ୍ୟାୟ ଦେବ। ଏହି ଘଟଣାକୁ ନେଇ ରାଜନୀତି ନ କରିବାକୁ ହରିଆଣା ମୁଖ୍ୟମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି।

Scroll to Top