ବାପାଙ୍କ ଦଶାହ କ୍ରିୟାରେ ଶପଥ ନେଇଛି, ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସମାଜ ସେବା ପାଇଁ କାମ କରିବି
Published By: Ruby – Prameya-News7 Bureau | October 11, 2025 06:09 PM
NEWS7
ଭୁବନେଶ୍ବର ୧୧।୧୦: ବିଜେପିରେ ମିଶିଛନ୍ତି ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଜୟ ବିଜେପି ଦଳରେ ସାମିଲ ହୋଇଛନ୍ତି ।
ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ଜୟ ଢୋଲକିଆ । ସେ କହିଛନ୍ତି, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଲି । ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ପାଇଁ ଓ ନୂଆପଡ଼ାକୁ ୧ ନମ୍ୱର ଜିଲ୍ଲାରେ ପରିଣତ କରିବା ପାଇଁ ମୁଁ ବିଜେପିରେ ସାମିଲ ହୋଇଛି । ବିକାଶଧାରା ଏକ ନିରନ୍ତର ପ୍ରକ୍ରିୟା । ବାପାଙ୍କ ଦଶାହ କ୍ରିୟାରେ ମୁଁ ଶପଥ ନେଇଛି, ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ସମାଜ ସେବା ପାଇଁ କାମ କରିବି । ବସନ୍ତ ପଣ୍ଡା ମୋର ପିତୃତୂଲ୍ୟ ଲୋକ । ମୋତେ ଦଳ ଯାହା ଦାୟିତ୍ଵ ଦେବ, ତାକୁ ମୁଁ ନିଷ୍ଠାର ସହ ପାଳନ କରିବି ବୋଲି ଜୟ ଢୋଲକିଆ କହିଛନ୍ତି ।




