ଦୁଇ ପତ୍ନୀ ଏମିତି ପାଳିଲେ କରୱା ଚୌଥ ବ୍ରତ ; ଦୁହେଁ ମିଶି ସ୍ୱାମୀଙ୍କୁ କଲେ ପୂଜା, ଭାଙ୍ଗିଲେ ଉପବାସ

ଦୁଇ-ପତ୍ନୀ-ଏମିତି-ପାଳିଲେ-କରୱା-ଚୌଥ-ବ୍ରତ-;-ଦୁହେଁ-ମିଶି-ସ୍ୱାମୀଙ୍କୁ-କଲେ-ପୂଜା,-ଭାଙ୍ଗିଲେ-ଉପବାସ

ଆଗ୍ରା – ୟୁପିର ଆଗ୍ରାରୁ ଏକ ରୋଚକପୂର୍ଣ୍ଣ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କର ଦୁଇ ଜଣ ପତ୍ନୀ ରଖିଥିଲେ କରୱା ଚୌଥ ବ୍ରତ। ସ୍ୱାମୀ ଜଣକ ଦୁହିଁଙ୍କୁ ପାଣି ପିଆଇ ସେମାନଙ୍କର ବ୍ରତ ସମାପନ କରି ଥିଲେ। ସେହି ବ୍ୟକ୍ତିଙ୍କ କହିବାନୁସାରେ , ସେମାନେ ତିନି ଜଣଙ୍କ ମଧ୍ୟରେ ବହୁତ ପ୍ରେମ ଓ ଭଲ ପାଇବା ଅଛି ଏବଂ ଯେଉଁଠି ସ୍ନେହ ପ୍ରେମ ଅଛି ସେଠାରେ ବିବାଦ ହୋଇ ନଥାଏ। ଏହି ଘଟଣାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଉକ୍ତ ମାମଲା ଏତ୍ମାଦୌଲା ଥାନା ଅଞ୍ଚଳର ନଗଲା ବିହାରୀ ଗାଁର। ଏଠାରେ ରହୁଥିବା ରାମବାବୁ ନିଷାଦ ଦୁଇଟି ବିବାହ କରିଛନ୍ତି। ଦୁଇ ପତ୍ନୀ ଏକାଠି ଗୋଟିଏ ହିଁ ଘରେ ରୁହନ୍ତି। ୧୦ ଅକ୍ଟୋବର ଅର୍ଥାତ୍‌ କରୱା ଚୌଥ ଦିନ ରାମବାବୁଙ୍କ ଦୁଇ ପତ୍ନୀ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖି ଥିଲେ। ସନ୍ଧ୍ୟାକୁ ଉଭୟ ଚନ୍ଦ୍ରମାକୁ ଦେଖିବା ପରେ ସ୍ୱାମୀଙ୍କ ହାତରୁ ପାଣି ପିଇବା ପରେ ବ୍ରତ ଭାଙ୍ଗି ଥିଲେ। ସ୍ୱାମୀଙ୍କ କହିବାନୁସାରେ, ଜୀବନସାଥୀର ସମର୍ଥନ ଥିଲେ, ତ ସବୁ ସମ୍ଭବ। ଅନ୍ୟପଟେ ଏହାର ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହାସହ ଏହି ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି।

ଭାଇରାଲ ଭିଡ଼ିଓରେ ବ୍ୟକ୍ତି ଜଣଙ୍କ ନୀଳ ରଙ୍ଗର ସାର୍ଟରେ ନଜର ଆସୁଛନ୍ତି। ସେଠାରେ ଦୁଇ ପତ୍ନୀ ଏକା ପରି ଶାଢୀ ପିନ୍ଧିଛନ୍ତି ଏବଂ ସ୍ୱାମୀଙ୍କୁ ମାଳା ପିନ୍ଧାଉଛନ୍ତି। ଏହାପରେ ଯୁବକ ମଧ୍ୟ ଉଭୟଙ୍କୁ ମାଳା ପିନ୍ଧାଇବାର ନଜର ଆସୁଛି। ଯୁବକ ଜଣଙ୍କ ଦୁଇ ପତ୍ନୀଙ୍କ ସହ ପରିବାରର ବୟସ୍କଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି। ସୂଚନା ଆଧାରରେ ସ୍ୱାମୀ ଓ ଦୁଇ ପତ୍ନୀଙ୍କ ଏକ ଭିଡ଼ିଓ ୨୦୨୩ରେ ମଧ୍ୟ କରୱା ଚୌଥ ଦିନ ଭାଇରାଲ ହେଉଥିଲା।

आगरा में करवाचौथ पर एक पति की दो पत्नियों ने साथ में व्रत रखा। पति ने दोनों को साथ में पानी मिलाकर उपवास तुड़वाया। युवक और उसकी दोनों पत्नियों का साल 2023 में भी वीडियो वायरल हुआ था। #KarwaChauth #agra pic.twitter.com/JapVYgpYZk

— Pawan Kumar Sharma (@pawanks1997) October 11, 2025

ଏପଟେ, ଗୋଣ୍ଡା ଜିଲ୍ଲାର କର୍ନଲଗଞ୍ଜ କୋତବାଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଥିଲା। ଗୁରୁବାର କରୱାଚୌଥ ପୂର୍ବରୁ ପତ୍ନୀଙ୍କୁ ବିଦାୟ ଦେବା ପୂର୍ବରୁ ଶ୍ୱଶୂର ଘର ଯାଇଥିବା ଜଣେ ଯୁବକ ନିଜର ବେକରୁ ଛୁରୀରେ କାଟି ଆହତ କରି ଥିଲେ। ପୁଲିସ ସୂତ୍ରାନୁସାରେ କୁହାଯାଇଛି ଯେ, ବାଲପୁର ପୁଲିସ ଥାନାର ସୋନହରା ଦକ୍ଷିଣୀ ପଣ୍ଡିତ ପୁରୱା ଗାଁରେ ମୁକେଶ ତାଙ୍କ ପତ୍ନୀ ଶିବକନ୍ୟାଙ୍କୁ ନେବା ପାଇଁ ଶ୍ୱଶୂର ଘର ଯାଇ ଥିଲେ। ଶ୍ୱଶୂର ରାମଶ୍ୱେର କରୱା ଚୌଥ ପରେ ହିଁ ଝିଅକୁ ବିଦା କରିବା କଥା କହିଥିଲେ, ଏଥିରେ ବିରକ୍ତ ହୋଇ ମୁକେଶ ପାଖରେ ରଖି ଥିବା ଛୁରୀରେ ନିଜର ବେକ କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

Scroll to Top