କଫ୍‌ ସିରପର ବ୍ୟବହାର ନେଇ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପରାମର୍ଶ,  ୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଦେବା ପୂର୍ବରୁ…

କଫ୍‌-ସିରପର-ବ୍ୟବହାର-ନେଇ-ସରକାରଙ୍କ-ଗୁରୁତ୍ବପୂର୍ଣ୍ଣ-ପରାମର୍ଶ,- ୫-ବର୍ଷରୁ-କମ୍-ବୟସର-ପିଲାଙ୍କୁ-ଦେବା-ପୂର୍ବରୁ…

​​​​​​​ଭୁବନେଶ୍ବର: ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ରୋଗୀ ସୁରକ୍ଷା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ।ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏକ ଜରୁରୀ ପରାମର୍ଶ ଜାରି କରିଛି। ଯେଉଁଥିରେ ଠିକ୍‌ ଭାବରେ ବିଚାର କରି ପିଲାଙ୍କୁ କଫ୍‌ ସିରପ୍ ଦେବା ଏବଂ ଏହାର ବଣ୍ଟନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପରାମର୍ଶରେ ଉଲ୍ଲେଖ କରାଯାଇଛି ଯେ, ‘‘ପିଲାଙ୍କଠାରେ ଅଧିକାଂଶ କାଶ ସ୍ବଳ୍ପ ସମୟ ପାଇଁ ହୋଇଥାଏ ଏବଂ ପ୍ରାୟତଃ ବିନା ଔଷଧରେ ମଧ୍ୟ ତାହା ଭଲ ହୋଇଯାଏ।’’

ଆହୁରି ମଧ୍ୟ କୁହାଯାଇଛି ଯେ, ୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କାଶ ଏବଂ ଥଣ୍ଡା ସିରପ ଦେବା ଉଚିତ୍ ନୁହେଁ। ଏହି ଔଷଧଗୁଡ଼ିକ ୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ମଧ୍ୟ ସୁପାରିଶ କରାଯାଏନାହିଁ। ୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ମଧ୍ୟ ଏହାକୁ ଦେବା ପୂର୍ବରୁ ଶିଶୁର ସ୍ବାସ୍ଥ୍ୟାବସ୍ଥାର ସତର୍କତାର ସହିତ ମୂଲ୍ୟାଙ୍କନ କରିବା ଦରକାର ଏବଂ ଆବଶ୍ୟକ ପଡ଼ିଲେ ଉପଯୁକ୍ତ ଡୋଜ୍ ଡାକ୍ତରଙ୍କ ତତ୍ତ୍ବାବଧାନରେ ଦିଆଯିବ।

ପରାମର୍ଶରେ ‘‘ପ୍ରଥମତଃ ଜଳୀୟ ଅଂଶ ଠିକ୍ କରିବା, ବିଶ୍ରାମ ଏବଂ ସହାୟକ ପଦକ୍ଷେପ’’ ଭଳି ଅଣ-ଔଷଧୀୟ ପଦକ୍ଷେପ ଅନୁସରଣ କରିବାକୁ ଗୁରୁତ୍ୱ ଦିଆଯାଇଛି। ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ ଶିଶୁ ଚିକିତ୍ସା କ୍ଷେତ୍ରରେ ସମସ୍ତ ପ୍ରେସକ୍ରିପର୍ପ ଏବଂ ଡିସପେନ୍ସରମାନଙ୍କୁ ଏହି ମାନଦଣ୍ଡଗୁଡ଼ିକୁ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି।

ପିତାମାତା, ପିଲାମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତି ଏବଂ ସାଧାରଣ ଜନତାଙ୍କୁ ସେମାନଙ୍କ ପିଲାମାନଙ୍କର ଉତ୍ତମ ସୁରକ୍ଷା ଏବଂ ସୁସ୍ଥତା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ ଏବଂ ପରାମର୍ଶକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Scroll to Top