ଭଣଜାଙ୍କ ଠାରୁ ଏଲଆଇସି ଟଙ୍କା ଡିପୋଜିଟ୍ ପାଇଁ ଆଣିଥିଲେ, ଡିକି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ଭଣଜାଙ୍କ-ଠାରୁ-ଏଲଆଇସି-ଟଙ୍କା-ଡିପୋଜିଟ୍-ପାଇଁ-ଆଣିଥିଲେ,-ଡିକି-ଭାଙ୍ଗି-ଲୁଟିନେଲେ-ଦୁର୍ବୃତ୍ତ

ଭଣଜାଙ୍କ ଠାରୁ ଏଲଆଇସି ଟଙ୍କା ଡିପୋଜିଟ୍ ପାଇଁ ଆଣିଥିଲେ, ଡିକି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

Published By: Ruby – Prameya-News7 Bureau | October 10, 2025 07:00 PM

NEWS7

Bhadrak

ଭଦ୍ରକ ୧୦୧୦: ମୋଟର ସାଇକେଲ ଡ଼ିକି ଭାଙ୍ଗି ଲୁଟ୍ । ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଭଦ୍ରକ ଟାଉନ ଥାନା ଅଧୀନ ଚରମ୍ପା ବଜାରରେ ଏଭଳି ଲୁଟ୍ ଘଟଣା ଟଙ୍କା ଲୁଟ୍ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଟାଉନ୍ ଥାନା ଅଧୀନ ଚରମ୍ପା ବରାଳ ପୋଖରୀ ଅଞ୍ଚଳର ଗୌରହରୀ ମହାନ୍ତି ନିଜ ଭଣଜାଙ୍କ ଏଲଆଇସିରେ ଟଙ୍କା ଡିପୋଜିଟ୍ କରିବା ପାଇଁ ସୋର ଯାଇଥିଲେ । ତାଙ୍କ ଭଣଜାଙ୍କ ଠାରୁ ଲକ୍ଷ ୬୦ ହଜାର ଟଙ୍କା ଗୋଟିଏ ବ୍ୟାଗ୍‌ରେ ଭର୍ତ୍ତି କରି ନିଜ ମୋଟର ସାଇକେଲ ଡିକିରେ ରଖି ଚରମ୍ପା ଆସିଥିଲେ ତେବେ ଚରମ୍ପା ବଜାରରେ ଗୋଟିଏ ଡକ୍ୟୁମେଣ୍ଟ ଜେରକ୍ସ କରିବା ପାଇଁ ସେ ଜେରକ୍ସ ଦୋକାନୀ ପାଖକୁ ଯାଇଥିଲେ । ଜଣେ ଦୁର୍ବୃତ୍ତ ହେଲମେଟ୍ ପିନ୍ଧି ହଠାତ ତାଙ୍କ ଡ଼ିକିକୁ ଭାଙ୍ଗି ଟଙ୍କା ବ୍ୟାଗ୍‌ ନେଇ ଫେରାର ହୋଇ ଯାଇଛନ୍ତି ଯାହା ସିସିଟିଭିରେ କଦ ହୋଇଛି ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି

Scroll to Top