ଯୋଗାଣ ବିଭାଗର ରେଡ୍, ରାଜଧାନୀରେ ୪୬ଟି ଘରୋଇ ରନ୍ଧନ ଗ୍ୟାସ ଜବତ
Published By: Deepak – Prameya-News7 Bureau | October 09, 2025 08:52 PM
NEWS7
ଭୁବନେଶ୍ଵର: ବିଏମସି ଯୋଗାଣ ଉପ ବିଭାଗ ଦ୍ୱାରା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳରେ ଘରୋଇ ରନ୍ଧନ ଗ୍ୟାସର କଳାବଜାରୀଙ୍କ ଉପରେ ଚଢ଼ାଉ କରାଯାଇଛି । ଘରୋଇ ରନ୍ଧନ ଗ୍ୟାସ କଳାବଜାରୀ କରିବା ସହ ଚଢା ମୂଲ୍ୟରେ ଅବୈଧ ବିକ୍ରି କରାଯାଉଥିବା ନେଇ ଏହି ଅଞ୍ଚଳରେ ଅଭିଯୋଗ ହେଉଥିଲା ।
ଏ ସମ୍ପର୍କିତ ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ଚଢ଼ାଉ କରାଯାଇଛି । ଉକ୍ତ ଚଢ଼ାଉ ସମୟରେ ୪୬ଟି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଏହି ଚଢ଼ାଉ ସମୟରେ ଅତିରିକ୍ତ ବିଏମସି ଯୋଗାଣ ଅଧିକାରୀ ରୋହିତ କୁମାର ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ବିଏମସିର ଯୋଗାଣ ନିରୀକ୍ଷକ ଦୀପ୍ତି ରଞ୍ଜନ ଇନ୍ଦ୍ର ସିଂ, ଶ୍ରୀ ଯତୀନ କୁମାର ରାଉତ ଓ ଅଲିଭା ଦାଶ ପ୍ରମୁଖ ସହଯୋଗ କରିଥିଲେ l




